ଆରମ୍ଭ ହେଲା ନବମ ଏସ୍ଏ-୨ ପରୀକ୍ଷା

କଟକ: ସୋମବାରଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ (ଏସ୍ଏ)-୨ ପରୀକ୍ଷା ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଚାଲିବ ।
ପ୍ରଥମ ଦିନର ପରୀକ୍ଷା ଦ୍ୱିତୀୟ ଭାଷା ଇଂରାଜୀ ରହିଛି । ପ୍ରାୟ ୮ହଜାର ୯ ଶହ ହାଇସ୍କୁଲ୍ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ନିଜ ବିଦ୍ୟାଳୟରେ ପରୀକ୍ଷା ଦେଉଥିବାରୁ ଉକ୍ତ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁରକ୍ଷା ବଳୟରେ ନୋଡାଲ୍ ସେଣ୍ଟରରୁ ପ୍ରଶ୍ନପତ୍ର ଆଣି ଧାର୍ୟ୍ୟ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
୨୦ ତାରିଖରୁ ୨୬ ତାରିଖ ମଧ୍ୟରେ ଏହି ପରୀକ୍ଷା ମଧ୍ୟରେ ହିଁ ଖାତା ଦେଖା ଚାଲିବ । ଏପରି ଆସନ୍ତା ୨୨ ତାରିଖରୁ ୨୮ ତାରିଖ ପର୍ୟ୍ୟନ୍ତ ମୂଲ୍ୟାୟନ ପ୍ରକ୍ରିୟା ନ୍ୟୁଟ୍ରାଲ୍ ସ୍କୁଲ୍ଗୁଡ଼ିକରେ ଚାଲିବ । ୨୮ ସୁଦ୍ଧା ଖାତା ଦେଖା ସରିବା ପରେ ମାର୍ଚ୍ଚ ୧ରୁ ରିଭ୍ୟୁ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ସମୟ ମଧ୍ୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନ୍ୟୁଟ୍ରାଲ୍ ସ୍କୁଲ୍ ତଥା ମୂଲ୍ୟାୟନ କେନ୍ଦ୍ରରୁ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ନିଜ ସ୍କୁଲ୍କୁ ଆଣି ଉତ୍ତର ଖାତାକୁ ଯାଞ୍ଚ କରିବା ସହ ପରୀକ୍ଷାର୍ଥୀମାନଙ୍କୁ ମଧ୍ୟ ଯାଞ୍ଚ କରିବାରୁ ସୁଯୋଗ ଦେବାର ବ୍ୟବସ୍ଥା ରହିଛି । ୧ ତାରିଖ ସୁଦ୍ଧା ରିଭ୍ୟୁ ସରିବା ପରେ ମେଣ୍ଟର ସ୍କୁଲ୍ ମାଧ୍ୟମରେ ବୋର୍ଡ ୱେବ୍ସାଇଟ୍ରେ ମାର୍କଗୁଡ଼ିକ ଅପଲୋଡ୍ କରାଯିବ ବୋଲି ବ୍ୟବସ୍ଥା ରହିଛି ।