ଆରଡି ଛାତ୍ରୀ ମୃତୁ୍ୟ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ

ଆରଡି ଛାତ୍ରୀ ମୃତୁ୍ୟ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ

ଆରଡି ଛାତ୍ରୀ ମୃତୁ୍ୟ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ
ଭୁବନେଶ୍ୱର:ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ସ୍କୁଟିରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୁଆଖିଆ ମୂଳାପାଳ ନିକଟରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା । ଯୁବତୀଙ୍କୁ ହତ୍ୟା କରି ସ୍କୁଟିରେ ଆଣି ଫିଙ୍ଗିଲେ । ୨ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ଫିଙ୍ଗିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । କୁଆଖିଆ ଥାନା ମୂଳାପାଳ ନିକଟରେ ରାସ୍ତା କଡରେ ଶବ ଫିଙ୍ଗି ଚମ୍ପଟ ମାରିଥିଲେ । ମୃତକ ଜଣକ ହେଲେ ମୟୂରଭଂଜର ବାସିନ୍ଦା । ଛାତ୍ର ଜଣଙ୍କ ନାମ ଝରାଫୁଲ ନାଏକ । ରମାଦେବୀ କଲେଜର +୩ ଛାତ୍ରୀ । ୨୬ ତାରିଖ ରାତିରୁ ଛାତ୍ରୀଜଣକ ନିଖୋଜ ଥିବା ବୋଲି ବାପା କହିଛନ୍ତି । ଭୁବନେଶ୍ୱରରୁ ଘରକୁ ଯିବାକୁ ବସରେ ବସିଲା ପରେ ନିଖୋଜ ଥିଲେ ।