ଆଫଗାନିସ୍ତାନରେ ଯୁଦ୍ଧ, ଦୂତାବାସ ଖାଲି କରିବ ଭାରତ

ଆଫଗାନିସ୍ତାନରେ ଯୁଦ୍ଧ, ଦୂତାବାସ ଖାଲି କରିବ ଭାରତ

ଆଫଗାନିସ୍ତାନରେ ଯୁଦ୍ଧ, ଦୂତାବାସ ଖାଲି କରିବ ଭାରତ


ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି  । ଗୋଟିଏ ପଟେ ତାଲିବାନୀମାନେ କାୟା ବିସ୍ତାର କରିଥିବାବେଳେ ସେମାନଙ୍କୁ ଦମନ କରିବା ପାଇଁ ଆଫଗାନିସ୍ତାନ ଓ ଆମେରିକା ସେନା ମିଳିତ ଆକ୍ରମଣ କରୁଛି  । 

ସଦ୍ୟତମ ସୂଚନା ଅନୁଯାୟୀ, ତାଲିବାନୀମାନେ ଆଫଗାନିସ୍ତାନର ୬ ରାଜ୍ୟକୁ ନିଜ କରାୟତକୁ ନେଇ ସାରିଥିବାବେଳେ ଏବେ ସେମାନେ ତଜିକିସ୍ତାନର ମଜାର-ଏ-ଶରିଫରେ ପହଁଚିଗଲେଣି  ।  ସେହି ସ୍ଥାନରେ ଭାରତର ବାଣିଜି୍ୟକ ଦୂତାବାସ ରହିଛି  । ତେଣୁ ଭାରତୀୟ ନାଗରିକମାନଙ୍କୁ ସେଠାରୁ ବାହାର କରିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି  ।

ଭାରତ ବାୟୂସେନାର ଏକ ସ୍ୱତନ୍ତ୍ର ବିମାନ ମଜାର-ଇ-ଶରିଫ ଯିବ । ବାଣିଜି୍ୟକ ଦୂତାବାସ ଓ ଆଖପାଖରେ ଥିବା ଭାରତୀୟ ନାଗରିକମାନେ ଏହି ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରି ଆସିବା ପାଇଁ କୁହାଯାଇଛି  । ଆଜି ସଂଧ୍ୟାରେ ଏହି ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀ ଅଭିମୁଖେ ଯିବ ବୋଲି ଜାଣିବାକୁ ମିଳିଛି  ।