ଆପୋଲ ହସ୍ପିଟାଲ ପାଇଁ ବଢିଲା ଅଡୁଆ

ଆପୋଲ ହସ୍ପିଟାଲ ପାଇଁ ବଢିଲା ଅଡୁଆ

ଆପୋଲ ହସ୍ପିଟାଲ ପାଇଁ ବଢିଲା ଅଡୁଆ
ଭୁବନେଶ୍ୱର - କିଡନୀ ଚୋରି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ ଖାରଜ କରି ଦେବା ସହ ହସ୍ପିଟାଲ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ପୀଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନିକୁ ବେଆଇନ ଭାବେ ତାଙ୍କ ପଡ଼ୋଶୀ ରାଘବ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲ ପ୍ରତିରୋପଣ କରିଥିଲା । ଏନେଇ ୨୦୧୬ ମସିହା ଜାନୁଆରି ୩ତାରିଖରେ ଅନୀଲ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଏହି କିଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ଜାଣିବା ପରେ କମିଶନ ଗତ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହି ବେଆଇନ କାର୍ୟ୍ୟ ପାଇଁ ସଂପୃକ୍ତ ହସ୍ପିଟାଲର ପଞ୍ଜିକରଣ ରଦ୍ଦ କରିବା ସହିତ ପୀଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି ନିର୍ଦ୍ଦେଶ ବିରୋଧରେ ଆପୋଲ ହସ୍ପିଟାଲ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା କରାଯାଇଥିଲା । ଆପୋଲ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବା ଲାଗି କୋର୍ଟ କହିଥିଲେ ।