ଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେ ଉଦଯାପିତ
ଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେ ଉଦଯାପିତ
admin
Dec 10, 2019 - 01:34
Updated: Dec 10, 2019 - 01:34
ଆଠଗଡ - ଆଠଗଡ଼ କ୍ରୀଡ଼ା ସଂସଦ ଓ ଆଠଗଡ଼ ଖୋ-ଖୋ ଆସୋସିଏସନ୍ ମିଳିତ ସଂଯୋଜନାରେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଚାଲିଥିବା ରାଜ୍ୟ ଖୋ-ଖୋ ଆସୋସିଏସନ୍ର ଚଳିତବର୍ଷର ଆନ୍ତଃ ଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଓ ଭୁବନେଶ୍ୱର କିସଟ୍ ବିଶ୍ୱବିଦ୍ୟାଳୟ ଚମ୍ପିୟାନ୍ ହୋଇଛି । ଚଳିତ ମାସ ୬ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୨୬ଟି ଜିଲ୍ଲାର କ୍ରୀଡ଼ା ସଂସଦ ଅନୁମୋଦିତ ବରିଷ୍ଠ ବିଭାଗର ବାଳକ ଓ ବାଳିକା ଦଳ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚରେ ବାଳକ ବର୍ଗରେ କିସଟ୍ ଭୁବନେଶ୍ୱରକୁ ହରାଇ ଭୁବନେଶ୍ୱର ଦଳ ଚମ୍ପିଆନ୍ ହୋଇଥିଲା ବେଳେ ବାଳିକା ବିଭାଗରେ ବାଲେଶ୍ୱର ଜିଲ୍ଲାକୁ ପରାସ୍ତ କରି କିସଟ୍ ଭୁବନେଶ୍ୱର ଚମ୍ପିଆନ୍ ହୋଇଛି । ଉଦ୍ୟାପନୀ ଉତ୍ସବରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ରାଧାବିନୋଦ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଆରକ୍ଷୀ ଉପାଧ୍ୟକ୍ଷ ଆଲୋକ କୁମାର ରାୟ, ଓଡ଼ିଶା ଖୋ-ଖୋ ଆସୋସିଏସନ୍ ସମ୍ପାଦକ ପ୍ରତ୍ୟୁମ୍ନ ମିଶ୍ର, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ସୁବର୍ଣ୍ଣମଞ୍ଜରୀ ଭଞ୍ଜ,ପୂର୍ବତନ ଖେଳାଳୀ ପଦାରବିନ୍ଦ ରାଉତ, ଢେ଼ଙ୍କାନାଳ ଜିଲ୍ଲା କ୍ରୀଡ଼ାଧିକାରୀ ପ୍ରଦୀପ କୁମାର ମହାନ୍ତି ,ଆଠଗଡ଼ କ୍ରୀଡ଼ା ସଂସଦ ସମ୍ପାଦକ ସୋମନାଥ ଭକ୍ତା ପ୍ରମୁଖ ଯୋଗ ଦେଇ ବର୍ଣ୍ଣାଢ଼୍ୟ ଟୁର୍ଣ୍ଣାମେଣ୍ଟର ଉଦ୍ୟାପନ କରିବା ସହିତ କୃତୀ କୀ୍ରଡ଼ାବିତ ଓ ଶ୍ରେଷ୍ଠ ଦଳମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଉଦ୍ୟାପନୀ ଉତ୍ସବ ଅବସରରେ ପୁରସ୍କାର ବିତରଣ ନିମିତ୍ତ ଆୟୋଜିତ ସଭାରେ ଆଠଗଡ଼ ଖୋ-ଖୋ ଆସୋସିଏସନ୍ର ସଭାପତି ଲକ୍ଷ୍ମୀନାରାୟର ଭଞ୍ଜ ସଭାପତିତ୍ୱ କରିଥିଲେ । ଆସୋସିଏସନ୍ର ସମ୍ପାଦକ ସୁବାଶିଷ ସାହୁଙ୍କର ସଂଯୋଜନାରେ ଉକ୍ତ ଉତ୍ସବରେ ସଂସଦର ଉପସଭାପତି ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଏହି ଟୁର୍ଣ୍ଣାମେଣ୍ଟଟି ଗତ ୩ ଦିନ ଧରି ଚାଲିଥିଲା ଏବଂ ଏହାକୁ ଆଠଗଡ ବିଧାୟକ ତଥା ମାନ୍ୟବର ଖାଉଟି କଲ୍ୟାଣ ଖାଦ୍ୟ ଯୋଗାଣ ଏବଂ ସମାବୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିଥିଲେ । ପୁରୁଷ ଓ ମହିଳା ବିଭାଗରେ ମୋଟ ୩୦୦ ରୁ ଉର୍ଦ୍ଧ ଖେଳାଳି ଏଥିରେ ଭାଗ ନେବାସହିତ ନିଜର ଖେଳ ନପୁଣ୍ୟ ପରିଦର୍ଶନ କରିଥିଲେ ।