ଆଡପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାବାହୁ

ଆଡପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାବାହୁ

ଆଡପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାବାହୁ

ଭୁବନେଶ୍ୱର : ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାବାହୁ  । ଦିନ ୧୨ଟାରେ ପହଣ୍ଡି ନୀତି ଆରମ୍ଭ ହେବ ବୋଲି ଧାର୍ଯ୍ୟ କରାଯାଇଥିଲେବି ୯ଟାରୁ ହିଁ ପହଣ୍ଡି ନୀତି ଶେଷ ହୋଇଛି  । ଗୋଟି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ଚକ୍ରରାଜ ଶ୍ରୀ ସୁଦର୍ଶନ, ପ୍ରଭୂ ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପହଣ୍ଡି ନୀତି ସମ୍ପର୍ଣ୍ଣ ହୋଇଛି  । ତିନି ଦିଅଁ ରଥାରୂଢ଼ ହୋଇ ସାରିଛନ୍ତି  ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବେ  । ଛେରା ପହଁରା ପରେ ରଥ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ  । ସେବାୟତମାନେ ପାରମ୍ପରିକ ବେଶରେ ରଥ ଟାଣିବେ  । ସେହିପରି ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜଙ୍କ ଦ୍ୱାରା ଲକ୍ଷ୍ମୀ ନାରାୟଣ ଭେଟ ନୀତି ଅନୁଷ୍ଠିତ ହେବ  । ଆସନ୍ତାକାଲି ରଥ ଉପରେ ମହାପ୍ରଭୂଙ୍କ ସୁନାବେଶ କରାଯିବ  । ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଦୃଷ୍ଟିରେ ରଖି ପୁରୀ ସହରରେ କର୍ଫୁ୍ୟ ଜାରି ହୋଇଛି ।