ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ


ଭୁବନେଶ୍ୱର: ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ଭକ୍ତମାନେ ଏହି ୩ ଦିନ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଆଜି ଗଣେଶ ପୂଜା ଥିବାବେଳେ ପୂର୍ବ କଟକଣା ଅନୁଯାୟୀ ଶନିବାର ଓ ରବିବାର ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ତେବେ ସୋମବାରଠାରୁ ନୂଆ ଏସଓପି ଅନୁଯାୟୀ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।

  ଆସନ୍ତା ସପ୍ତାହରୁ ସପ୍ତାହର ୬ ଦିନ ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର । କେବଳ ରବିବାର ହିଁ ଶ୍ରୀମନ୍ଦିର ବନ୍ଦ ରହିବ । ବଡ଼ କଥା ହେଲା, ନୂଆ ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ସୋମବାରଠାରୁ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇପାରିବେ । ଏହାସହ ଭକ୍ତମାନେ ସୋମବାରଠାରୁ ଦୀପ, ଧୂପ, ଫୁଲ ଧରି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ତେବେ ପୂର୍ବଭଳି କୋଭିଡ୍ ନେଗେଟିଭ୍ ରିପୋର୍ଟ ଓ ଦୁଇ ଡୋଜ ଟିକାକରଣ ପ୍ରମାଣପତ୍ର ନିୟମ ବାଧ୍ୟତାମୂଳକ ରଖାଯାଇଛି ।