ଆଜିଠୁ ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଅଷ୍ଟମ ସଂସ୍କରଣ ଆରମ୍ଭ

ଆଜିଠୁ ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଅଷ୍ଟମ ସଂସ୍କରଣ ଆରମ୍ଭ

ଆଜିଠୁ ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଅଷ୍ଟମ ସଂସ୍କରଣ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଫଟାଫଟା କ୍ରିକେଟ୍। ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଅଷ୍ଟମ ସଂସ୍କରଣ । ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦେଶ ଭାଗ ନେବେ । ଆସନ୍ତା ନଭେମ୍ବର ୧୩ ତାରିଖ ଯାଏଁ ଏହି ଟି-ଟ୍ୱେଣ୍ଟି କ୍ରିକେଟ୍ ଚାଲିବ।

ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ। ଆଇସିସିର ମାନ୍ୟତା ଭିତରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ଥାନ ସମେତ ୮ ଟି ଦେଶ ସୁପର ୧୨ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି । ପ୍ରଥମ ରାଉଣ୍ଡରେ ଦୁଇଟି ଗ୍ରୁପରେ ୮ ଟି ଦଳ ରହିଛନ୍ତି। ଦୁଇଟି ଗ୍ରୁପ୍‌ରୁ ଦୁଇଟି ଲେଖାଏଁ ଶ୍ରେଷ୍ଠ ଟିମ ସୁପର ୧୨ ପାଇଁ ଉତୀର୍ଣ୍ଣ ହେବେ। ଭାରତ ତା’ର ଅଭିଯାନ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ମେଲ୍‌ବର୍ଣ୍ଣରେ ଆରମ୍ଭ କରିବ।

ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ  ମ୍ୟାଚ। ଉଭୟ ଦେଶ ଗତବର୍ଷ ସୁପର୍‌-୧୨ ଖେଳିଥିବାରୁ ନିଶ୍ଚିତ ଚାପରେ ରହି‌ବେ। ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡସ୍‌, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍ , ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି। ଉଭୟ ଗ୍ରୁପ୍‌ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍ ୧୨ ପର୍ୟ୍ୟାୟକୁ ଯିବା ପରେ ଶନିବାରଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ।

ପୂର୍ବରୁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱକପରୁ ୨୦୦୭ରେ ଭାରତ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା। ୱେଷ୍ଟିଇଣ୍ଡିଜ ଦୁଇଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ତାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରୀଲଙ୍କା ଥରେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି।