ଆଜିଠାରୁ ମୋଦିଙ୍କ ୫ ଦିନିଆ ଆମେରିକା ଗସ୍ତ

ଆଜିଠାରୁ ମୋଦିଙ୍କ ୫ ଦିନିଆ ଆମେରିକା ଗସ୍ତ

ଆଜିଠାରୁ ମୋଦିଙ୍କ ୫ ଦିନିଆ ଆମେରିକା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଆମେରିକା ଗସ୍ତରେ ଯିବେ। ୨୦୧୪ ମସିହାରୁ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ଆମେରିକା ଗସ୍ତ। ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି, ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କୁ ଭେଟିବେ। ମୋଦିଙ୍କ ୫ ଦିନିଆ ଗସ୍ତ କାର୍ୟ୍ୟକ୍ରମ ଅନୁସାରେ ସେପ୍ଟେମ୍ବର ୨୩ରେ ସେ ଆମେରିକାର ଉପରଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ। ଏହାପରେ ୨୪ ସେପ୍ଟେମ୍ବରରେ ନୁ୍ୟୟର୍କରେ ଆୟୋଜିତ ହେବାକୁ ଥିବା କ୍ୱାର୍ଡ ବୈଠକରେ ଯୋଗ ଦେବେ  ଓ ସେପ୍ଟେମ୍ବର ୨୫ରେ ମିଳିତ ଜାତିସଂଘର ମହାସଭାରେ ସାରା ବିଶ୍ୱକୁ  ମୋଦି  ଉଦବୋଧନ ଦେବେ  । 

୨୪ ସେପ୍ଟେମ୍ବରରେ ହେବାକୁ ଥିବା ମୋଦି-ବାଇଡେନଙ୍କ ଆଲୋଚନାରେ ଆଫଗାନିସ୍ତାନ ଓ ବିଶ୍ୱ ଆତଙ୍କବାଦ ପ୍ରସଙ୍ଗ ହୋଇପାରେ ବୋଲି କୁହାଯାଉଛି  । ଏବେ ତାଲିବାନ ସଂପର୍କରେ ଆସିଛି ବିସ୍ତାରବାଦୀ ଚୀନ  ।  ଅନ୍ୟପଟେ ଚାଇନା ସହିତ ଭାରତର ମଧ୍ୟ ବିବାଦ ରହିଛି  । ଏପରି ସ୍ଥିତିରେ ମୋଦି ଆମେରିକାରେ ଆତଙ୍କବାଦ ରୋକିବାକୁ ଓ ଆତଙ୍କବାଦ ବିରୋଧରେ ନେତୃତ୍ୱ ନେଇ ମୋଦି ନିଜର ଗ୍ଲୋବାଲ ଲିଡରସିପକୁ ଆଗକୁ ବଢାଇ ପାରନ୍ତି ବୋଲି ଅନୁମାନ କରଯାଉଛି ।