ଆଜି ପବିତ୍ର ଇଦ୍

ଆଜି ପବିତ୍ର ଇଦ୍

ଆଜି ପବିତ୍ର ଇଦ୍
ମୁସଲମାନ ସମ୍ପ୍ରଦାୟର ପବିତ୍ର ‘ଇଦ୍’ ବୁଧବାର ସାରା ରାଜ୍ୟରେ ପାଳନ ହେଉଛି। ଏଥିପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି। ଆଜି ଇଦର ଚାନ୍ଦ ଦେଖିବା ପରେ ଆସନ୍ତାକାଲି ଇଦ ପାଳନ କରିବାକୁ ଘୋଷଣା କରିଛି ଆଞ୍ଜୁମନ ଇସଲାମିଆ ୟେହେଲେ ସୁନତ ଜମାତ ବା ଚାନ୍ଦ କମିଟି । ଆଜି ମୁସଲମାନ ଶ୍ରଦ୍ଧାଳୁମାନେ ରାମଜାନ ମଙ୍କସର ଶେଷ ରୋଜା ରଖିଥିଲେ । ସଂଧ୍ୟାରେ ଚାନ୍ଦ ଦେଖି ରୋଜୋ ଭାଙ୍ଗିଥିଲେ ମୁସଲମାନ ଭାଇଭଉଣୀ । ଧର୍ମୀୟ ପ୍ରଥା ଅନୁସାରେ,ପ୍ରାୟ ଏକ ମାସ ଧରି ରମଜାନ ମାସ ପାଳନ କରାଯାଇଥାଏ । ଏଥିରେ ମୁସଲମାନ ଲୋକେ ୩୦ ଦିନ ଯାକ କାଷ୍ଠା ଉପବାସ କରିଥାନ୍ତି । ସୂୟ୍ୟୋଦୟ ପୂର୍ବରୁ ରୋଜା ରଖିବା ସହିତ ଦିନସାରା ଉପବାସ କରିଥାନ୍ତି । ସଂଧ୍ୟାରେ ସୂର୍ଯେ୍ୟାସ୍ତ ପରେ ଖଜୁରୀ ଓ ଲେମ୍ବୁ ପାଣି ଆଦି ପିଇ ଇଫତାରୀ କରିଥାନ୍ତି । ଇଦ ପାଳନ ନେଇ ଘୋଷଣା ପରେ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଉସôାହର ମାହୋଲ ଖେଳିଯାଇଛି । ଏନେଇ ସମସ୍ତ ଇଦଘା ଓ ମସଜିଦମାନଙ୍କରେ ଇଦର ନମାଜ ପାଠ ପାଇଁ ବ୍ୟାପକକ ପ୍ରସ୍ତୁତି କରାଯାଇଛି । ଇଦଦିନ ପିଲାଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ନୂଆ ପୋଷାକ ପରିଧାନ କରିଥାନ୍ତି । ଏହାପରେ ବିଭିନ୍ନ ମସଜିଦ ଓ ଇଦଘାରେ ଇଦର ନମାଜ ପାଠ କରି ସମସ୍ତେ କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଥାନ୍ତି । ଏମିତିକି ଇଦନିଦ ଜକାତ କରି ଦାନ ଧର୍ମର ପରମ୍ପରା ରହିଛି ।