ଆଜି ଡ୍ରାଗନ ଦିବସ
ଆଜି ଡ୍ରାଗନ ଦିବସ
ପାଟିରୁ ନିଆଁ ବାହାର କରୁଥିବା ଉଡ଼ନ୍ତା ସରୀସୃପ ‘ଡ୍ରାଗନ୍’କୁ ଚାଇନା ସଂସ୍କୃତିରେ ଅଧିକ ଗୁରୁତ୍ୱ ଦିଆଯାଇଛି । ରହସ୍ୟମୟ ଏହି କାଳ୍ପନିକ ପ୍ରାଣୀର ସହସ୍ରାଧିକ ମନ୍ଦିର ଚୀନରେ ଦେଖିବାକୁ ମିଳେ । ଗ୍ରୀକ କିମ୍ବଦନ୍ତୀ ଅନୁସାରେ, ଅନେକ ବର୍ଷ ତଳେ ରାଜପରିବାରର ମୂଲ୍ୟବାନ ସମ୍ପତ୍ତିକୁ ଡ୍ରାଗନ ରକ୍ଷକ ଭଳି ଜଗି ରହୁଥିଲା । ଏସିଆ, ଆଫ୍ରିକା ଓ ଇଉରୋପ ପ୍ରାଚୀନ କିମ୍ବଦନ୍ତୀରେ ଡ୍ରାଗନ ବିଷୟରେ ବର୍ଣ୍ଣନା କରାଯାଇଛି । ୧୬ ଜାନୁୟାରୀରେ ଚୀନରେ ବଡ଼ ଜାକଜମକରେ ଡ୍ରାଗନ ଦିବସ ପାଳନ କରାଯାଏ । ପ୍ରତି ୧୨ ବର୍ଷରେ ଥରୁଟିଏ ‘ଡ୍ରାଗନ ବର୍ଷ’ ପଡେ଼ ।




admin 