ଆଜି ଖୋଲିବ ଇସ୍କନ ମନ୍ଦିର

ଆଜି ଖୋଲିବ ଇସ୍କନ ମନ୍ଦିର

ଆଜି ଖୋଲିବ ଇସ୍କନ ମନ୍ଦିର
ଭୁବନେଶ୍ୱର: ଆଜି ନୂଆପଲ୍ଲୀସ୍ଥିତ ଇସ୍କନ ମନ୍ଦିର ଖୋଲିବ । କରୋନା ପାଇଁ ଦୀର୍ଘ ୯ ମାସରୁ ଊଦ୍ଧ୍ୱର୍ ସମୟ ଧରି ଧର୍ମାନୁଷ୍ଠାନ ବନ୍ଦ ରହିବା ପରେ ଗତ ୩ ତାରିଖରୁ ରାଜଧାନୀରେ ମନ୍ଦିର ଗୁଡ଼ିକୁ ଖୋଲିବା ପାଇଁ ବିଏମସି ଅନୁମତି ଦେଇଥିଲା । ତେବେ ସରକାରଙ୍କ କୋଭିଡ ନିୟମ ପାଳନ ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ପରେ ଆଜି ମନ୍ଦିର ଖୋଲିଲା । ଭୁବନେଶ୍ୱର ଇସ୍କନର କୋ ପ୍ରେସିଡେଣ୍ଟ ଉପେନ୍ଦ୍ର ମିଶ୍ର ଦାଶଙ୍କ କହିବାନୁଯାୟୀ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ୪ଟି ପର୍ଯ୍ୟାୟରେ ମନ୍ଦିର ଖୋଲା ରହିବ । ପ୍ରଥମ ପର୍ଯ୍ୟାୟରେ ୯ ଟା ୪୫ ରୁ ୧୧ଟା ୧୫ ଯାଏ, ଦ୍ୱିତୀୟ ପର୍ଯ୍ୟାଳୟ ୪ଟା ୧୫ ରୁ ୫ଟା ୪୫, ତୃତୀୟ ପର୍ଯ୍ୟାୟରେ ୭ଟାରୁ ୭ଟା ୪୫ ଓ ଚତୁର୍ଥ ଶେଷ ପର୍ଯ୍ୟାୟରେ ରାତି ୮ ଟା ୧୦ ରୁ ୮ଟା ୨୫ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । କୋଭିଡ ଗାଇଡ ଲାଇନ ପାଳନ ପୂର୍ବକ ଦର୍ଶକଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯିବ ।