ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ

ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ

ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ
ଲକଡାଉନ ପାଇଁ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକମାନେ ଫସି ରହିଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଖାଦ୍ୟଶସ୍ୟ ସହାୟତା ଦେବାର ଆବଶ୍ୟକତା ରହିଛି । ଏହାକୁ ଆଖିଆଗରେ ରଖି କେନ୍ଦ୍ର ସରକାର ମାଗଣା ଚାଉଳ ଓ ଚଣା ଯୋଗାଇବାକୁ ନିଷ୍ପତି ନେଇଛନ୍ତି । ୧. ଯେଉଁ ମାଇଗ୍ରାଂଟ ଶ୍ରମିକମାନଙ୍କର ଏନଏଫଏସଏ ବା ରାଜ୍ୟ ପକ୍ଷରୁ ପ୍ରଦତ କାଡର଼୍ ନଥିବ ସେମାନଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଚଣା ମିଳିବ । ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସେମାନେ ଯେଉଁ ରାଜ୍ୟରେ ଅଛନ୍ତି ସେଠାରେ ଏହି ସୁବିଧା ପାଇପାରିବେ । ୨. ଏହାଦ୍ୱାରା ୮ କୋଟି ଦେଶାନ୍ତରୀ ଶ୍ରମିକ ଉପକୃତ ହୋଇପାରିବେ । ଏଥିପାଇଁ ୨ ମାସରେ ୩୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କିନ୍ତୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବେ । ୩, ୨୦୨୧ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ୱାନ ନେସନ, ୱାନ ରେସନ କାଡର଼୍ ଲାଗୁ ହେବ । ଅଗଷ୍ଟ ସୁଦ୍ଧା ୬୭ କୋଟି ଲୋକଙ୍କୁ ମିଳିବ ଏହି କାଡର଼୍ । ଫଳରେ ସେମାନେ ଯେଉଁ ରାଜ୍ୟରେ ଥିଲେବି ରାସନ ପାଇପାରିବେ ।