ଆଖି ମିଟିକାରେ ଚାଲିଗଲା ଦୁଇ ଲକ୍ଷ୍ୟ ଟଙ୍କାର ସୁନା, କାରଣ ଜାଣିଲେ ତାଜୁବ ହୋଇଯିବେ
ଆଖି ମିଟିକାରେ ଚାଲିଗଲା ଦୁଇ ଲକ୍ଷ୍ୟ ଟଙ୍କାର ସୁନା, କାରଣ ଜାଣିଲେ ତାଜୁବ ହୋଇଯିବେ
ଯାଜପୁର: ଗହଣା ସଫେଇ କରିବା ଆଳରେ ଲୁଟିନେଲେ ସୁନା ଅଳଙ୍କାର । ଆଖି ମିଟିକାରେ ଚାଲିଗଲା ଦୁଇ ଲକ୍ଷ୍ୟ ଟଙ୍କାର ସୁନା । ଏଭଳି ସାଙ୍ଘାତିକ ଲୁଟର ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗାଁରେ । ଉକ୍ତ ଗାଁ ରବୀନ୍ଦ୍ର ଶାନ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ ହୋଇଛି । ଖବର ମୁତାବକ ଦୁଇ ଜଣ ଦୁର୍ବୁତ୍ତ ରବୀନ୍ଦ୍ରଙ୍କ ଘରେ ପହଞ୍ଚି ପିତଳ ବାସନ ସଫା କରିଦେବୁ କହିଥିଲେ । ରବୀନ୍ଦ୍ରଙ୍କ ପତ୍ନୀ ଉର୍ମିଳା ଶାନ୍ତି ତାଙ୍କୁ ପିତଳ ବାସନ ଦେଇଥିଲେ । ପରେ ରୁପା ଅଳଙ୍କାର ସଫା କରିଥିଲେ ।
ସୁନା ଅଳଙ୍କାର ସଫା କରିବା ପାଇଁ ମାଗିଥିଲେ ଦୁର୍ବୃତ୍ତ । ମହିଳା ଜଣକ ସୁନା ଅଳଙ୍କାର ଦେଇଥିଲେ । ଦୁର୍ବୃତ୍ତ ମାନେ ଏକ ବାଲଟି ରେ ସୁନା ଅଳଙ୍କାର ସହ ପାଉଡର ମିଶାଇ ରଖିଥିଲେ । ଅଧଘଣ୍ଟା ପରେ ବାଲ୍ଟି ରୁ ସୁନା ଅଳଙ୍କାର ବାହାର କରିବାକୁ କହି ସେଠାରୁ ଚାଲି ଯାଇଥିଲେ । ଅଧ ଘଣ୍ଟା ପରେ ଉର୍ମିଳା ଦେଖନ୍ତି ତ ବାଲ୍ଟି ରେ ସୁନା ନାହିଁ ତିନୋଟି ଗୋଡି ପୁଡିଆ ପଡିଛି । ଏ ନେଇ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯଇଛି । ବାଲିଚନ୍ଦ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।




admin 