ସ୍ତ୍ରୀକୁ ହାତୁଡ଼ିରେ ପିଟିପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହାତୁଡ଼ିରେ ପିଟିପିଟି ହତ୍ୟା କଲା ସ୍ୱାମୀ

 ସ୍ତ୍ରୀକୁ ହାତୁଡ଼ିରେ ପିଟିପିଟି ହତ୍ୟା କଲା ସ୍ୱାମୀ

ଯାଜପୁର:ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ସ୍ୱାମୀ  ହତ୍ୟା  କ ରିବା ଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଘଟିଛି ।
ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା ।  ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକ ବୋଲି ଜଣାପଡ଼ିଛି । ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣାରେ ସ୍ୱାମୀ ଅରୁଣକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଏହି ଶିକ୍ଷକ ଦମ୍ପତି ଗତ ୯ ବର୍ଷ ତଳେ ବିବାହ କରିଥିବା ବେଳେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ବହୁ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ମାରପିଟ୍ ମଧ୍ୟ କରୁଥିଲେ। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା । ସକାଳୁ ସ୍ତ୍ରୀ ଦିପ୍ତିମୟୀ ଠାକୁର ପୂଜା କରୁଥିବା ସମୟରେ ତାଙ୍କ ସ୍ୱାମୀ ଅରୁଣ ଅତର୍କିତ ଆକ୍ରମଣ କରିଥିଲେ। ଏକ ଲୁହା ହାମରରେ ପତ୍ନୀ ଦୀପ୍ତିଙ୍କ ମୁଣ୍ଡକୁ ବାରମ୍ବାର ପିଟି ଚାଲିଥିଲେ ।  ଫଳରେ ଘଟଣାସ୍ଥଳରେ ଦିପ୍ତିମୟୀଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।