ଆକ୍ଟିଭ୍ ଚୋର, ଡି-ଆକ୍ଟିଭ୍ ପୁଲିସ

ପୁଣି ରାଜଧାନୀରେ ମାତିଲେଣି ଲୁଟେରା । ଲୁଟ ପରେ ଲୁଟ। ଜିରୋ ନାଇଟ ପୂର୍ବରୁ ଲୁଟେରା ଫୁଲ ଆକ୍ଟିଭ୍ । ପ୍ରତିଦିନ ଚାଲୁଛି ଲୁଟ୍, ଖାଲି ଲୁଟର ଫର୍ମୁଲା ଯାହା ଟିକେ ଅଲଗା । କିଛିଦିନ ତଳେ ଆପର୍ଟମେଂଟରୁ ବାରମ୍ବାର ଚୋରୀ ହେବାର ଖବର ଆସୁଥିଲା । ଏବେ କିନ୍ତୁ ଘରେ ପଶି ଲୁଟେରା ଚଳାଉଛନ୍ତି ଲୁଟ୍ । ସାଧାରଣତ ଘର ମାଲିକ ବୁଲିବାକୁ ଯାଇଥିବା ବେଳେ କଳାକନା ବୁଲାଉଛନ୍ତି ଲୁଟେରା । ଶୁକ୍ରବାର ଗ୍ରୀଲ କାଟି ଲୁଟି ନେଲେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା । ଏଭଳି ଏକ ଘଟଣା ଘଟିଛି ଧଉଳି ଥାନା ଗଂଗୋତ୍ରୀ ନଗର ଠାରେ । ଏନେଇ ଘର ମାଲିକ ପ୍ରମୋଦ ଧଉଳି ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ ଆରମ୍ଭ କରିଛି । ବିଳମ୍ବିତ ଘରେ ଗୋଟିଏ ରୁମ ରେ ସାନ ଭାଇ ସୋଇଥିବା ବେଳେ ବଡ଼ ଭାଇର ରୁମରୁ ଲୁଟ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଛାନଭିନ କରୁଛି ସନ୍ଧାନୀ କୁକୁର ।ତେବେ ସୂଚନା ମୁତାବକ ମାତ୍ର ଏକ ମାସ ଭିତରେ 10 ରୁ ଅଧିକ ଆପାର୍ଟମେଂଟରୁ ଲୁଟ ହୋଇଛି । କିନ୍ତୁ ଆଶ୍ଚର୍ୟର କଥା ଏବେବି ଲୁଟେରାଙ୍କୁ ନେଇ ପୋଲିସର ହାତ ଖାଲି ।