ଆଇନ ଭାଙ୍ଗିଲେ ପୋଲିସ ବାବୁ, ମନ୍ଦିର ଭିତରେ ପଶି ମହାପ୍ରଭୁଙ୍କ କଲେ ଦର୍ଶନ
ଆଇନ ଭାଙ୍ଗିଲେ ପୋଲିସ ବାବୁ, ମନ୍ଦିର ଭିତରେ ପଶି ମହାପ୍ରଭୁଙ୍କ କଲେ ଦର୍ଶନ
admin
Apr 19, 2020 - 17:23
Updated: Apr 19, 2020 - 17:23
କରୋନା ଯୋଗୁଁ ସାରା ଦେଶରେ ଲକ୍ଡାଉନ୍ । ରାଜ୍ୟରେ ବି ଲକ୍ଡାଉନ୍କୁ ବେଶ୍ କଡାକଡି କରାଯାଇଛି । ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦିଆଯାଉଛି । ଏହି ଲକ୍ ଡାଉନ୍ ସମୟରେ ମନ୍ଦିର ତଥା ଅନ୍ୟାନ୍ୟ ଧାର୍ମିକ ସ୍ଥଳ ପରିଦର୍ଶନକୁ ବାରଣ କରାଯାଇଛି । କିନ୍ତୁ ପୁରୀରେ ଆଜି ଜଣେ ପୋଲିସ୍ ଅଧିକାରୀ ନିଜ ପରିବାର ସହ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପୋଲିସ୍ ବାବୁ କରୋନା କଟକଣା ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି । ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଯାଜପୁର ବଡଚଣା ଆଇଆଇସି । ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। କରୋନା ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ସତ୍ତ୍ବେ ଦର୍ଶନ ଅଭିଯୋଗ ହୋଇଛି। ସିଂହଦ୍ବାର ଥାନାରେ ହାବିଲ୍ଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି । ଥାନାରେ ମାମଲା ରୁଜୁ ହେବା ନେଇ ସିଂହଦ୍ବାରା ଥାନା ଆଇଆଇସି ସୂଚନା ଦେଇଛନ୍ତି । ରାଜ୍ୟରେ ଲକ୍ ଡାଉନ୍ ପାଇଁ ନିୟମ ବେଶ୍ କଡାକଡି କରାଯାଇଥିବାବେଳ ଜଣେ ଆଇନ୍ ରକ୍ଷକ ହୋଇ ଆଇନ୍ର ଉଲ୍ଲଂଘନ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।