ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ତ୍ୱେ ବେଲଗାମ ପେଟ୍ରୋଲ ଦର

ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ତ୍ୱେ ବେଲଗାମ ପେଟ୍ରୋଲ ଦର

ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ତ୍ୱେ ବେଲଗାମ ପେଟ୍ରୋଲ ଦର
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଉଁଛି । ସରକାରଙ୍କ ପକ୍ଷରୁ ନିୟମିତ ଦର ପରିବର୍ତ୍ତନ ନେଇ ଯେଉଁ ଘୋଷଣା କରାଯାଇଛି ତାହା କେବଳ ସାଧାରଣ ଜନତାଙ୍କୁ ଭକୁଆ ବନେଇବା ପାଇଁ ଉଦ୍ଧିଷ୍ଟ । ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହୋଇ ଚାଲିଥିଲେ ମଧ୍ୟ ସାଧାରଣ ଉପଭୋକ୍ତା ଏହାର ଫାଇଦା ନେବାରେ ସକ୍ଷମ ହେଉନାହିଁ । ଭାରତୀୟ ବଜାରରେ ପେଟ୍ରୋଲ ଦର ୯୦ ଛୁଇଁବାକୁ ବସିଲାଣି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ତିନି କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୦.୯୦ ଏବଂ ୭୩.୫୬ ଟଙ୍କା ରହିଥିବା ବେଳେ, କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୨.୪୩ ଏବଂ ୭୭.୦୬ ଟଙ୍କାଏବଂ ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୭.୫୮ଏବଂ ୮୦.୧୧ ଟଙ୍କା ରହିଛି । ଡଲାରର ବିନିମୟ ମୂଲ୍ୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ତୈଳ ମୂଲ୍ୟକୁ ନେଇ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ହୋଇଥାଏ । କ୍ରମାଗତ ତିନି ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । କରୋନା ପରବର୍ତ୍ତୀ ପରସ୍ଥିତିରେ ପେଟ୍ରୋଲିୟମ୍ ଉପôାଦ ଉପରେ ବର୍ହିଶୁଳ୍କ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିଲେ ସରକାର । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଇଁଥିଲା । ଆମେରକୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୪୫.୦୮ ଡଲାର ପ୍ରତି ବ୍ୟାରେଲ ରହିଥିବା ବେଳେ ପଶ୍ଚିମ ଟେକ୍ସାସରେ ଏହା ୪୨.୬୪ ଡଲାର ରହିଛି ।