ପାଞ୍ଚ ବର୍ଷରେ କର୍କଟ ରୋଗୀ, ସଂଖ୍ୟା ୨ ଲକ୍ଷ ବଢ଼ିଯିବ

ପାଞ୍ଚ ବର୍ଷରେ କର୍କଟ ରୋଗୀ, ସଂଖ୍ୟା ୨ ଲକ୍ଷ ବଢ଼ିଯିବ

ପାଞ୍ଚ ବର୍ଷରେ କର୍କଟ ରୋଗୀ, ସଂଖ୍ୟା ୨ ଲକ୍ଷ ବଢ଼ିଯିବ
ନୂଆଦିଲ୍ଲୀ: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ୧୩.୯ ଲକ୍ଷ ରହିଛି । ତେବେ ୨୦୨୫ ବେଳକୁ ଏହି ସଂଖ୍ୟା ୧୫.୭ ଲକ୍ଷ ହୋଇଯିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଓ ବେଙ୍ଗାଲୁରୁ ସ୍ଥିତ ଜାତୀୟ ରୋଗ ସୂଚନା ଓ ଗବେଷଣା କେନ୍ଦ୍ର (ଏନସିଡିଆଇଆର) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । ବର୍ତ୍ତମାନ ଜାରି ରହିଥିବା କର୍କଟ ରୋଗୀଙ୍କ ବୃଦ୍ଧି ହାରକୁ ଭିତ୍ତି କରି ଆଇସିଏମଆର ଏପରି ଆକଳନ କରିଛି । ବିଶେଷ କରି ଜନସଂଖ୍ୟା ଉପରେ ପର୍ଯ୍ୟବସିତ ୨୮ଟି କର୍କଟ ପଞ୍ଜୀକରଣ କେନ୍ଦ୍ର ଓ ୫୮ଟି ଡାକ୍ତରଖାନାର ପଞ୍ଜୀକରଣରୁ ସଂଗୃହୀତ ତଥ୍ୟକୁ ଜାତୀୟ କର୍କଟ ପଞ୍ଜିକା ଯୋଜନା ରିପୋର୍ଟ ୨୦୨୦ ହିସାବରେ ପ୍ରକାଶିତ ହୋଇଚି । ସେହିପରି ବର୍ତ୍ତମାନ ଦେଖାଯାଇଥିବା ମୋଟ କର୍କଟ ମାମଲା ମଧ୍ୟରେ ୩.୭ ଲକ୍ଷ ବା ୨୭.୧ ପ୍ରତିଶତ ହେଉଛନ୍ତି କେବଳ ତମାଖୁ ଜନିତ ବୋଲି ଏଥିରେ କୁହାଯାଇଛି । ମୋଟାମୋଟି ଭାବେ ପୁରୁଷ ରୋଗୀଙ୍କ କ୍ଷେତ୍ରରେ ସାଧାରଣତଃ ଫୁସଫୁସ, ମୁଖଗହ୍ୱର, ପାକସ୍ଥଳୀ ଓ ନିଗଳ (ଓସୋଫାଗସ) ପରି ପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ କେବଳ ୨ ଲକ୍ଷ ବା ୧୪.୮ ପ୍ରତିଶତ ହେଉଛନ୍ତି ସ୍ତନକର୍କଟରେ ଆକ୍ରାନ୍ତ । ୨.୭ ଲକ୍ଷ ବା ୧୯.୭ ପ୍ରତିଶତଙ୍କ ଠାରେ ଅନ୍ତ୍ରାଶୟ କର୍କଟ ହେଉଥିବା ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ।