ଅଳ୍ପକେ ବର୍ତ୍ତୀଗଲେ ୫ଶ୍ରମିକ, ଛିଡିଲା ରୋପ୍, ଖସିଲା ୨୮ ଟନ୍ କଏଲ
ଅଳ୍ପକେ ବର୍ତ୍ତୀଗଲେ ୫ଶ୍ରମିକ, ଛିଡିଲା ରୋପ୍, ଖସିଲା ୨୮ ଟନ୍ କଏଲ
admin
Sep 4, 2019 - 05:16
Updated: Sep 4, 2019 - 05:16
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ଅଳ୍ପକେ ବର୍ତ୍ତିଗଲେ, ମୃତୁ୍ୟ ର ଅଳ୍ପଦୂରରେ ଖସିଆସିଲେ ୫ଜଣ ଶ୍ରମିକ । ଭାବ୍ୟ ସାଥ୍ ଦେଳା , ନହେଲେ ସବୁକିଛି ଓଲଟପାଲଟ ହୋଇଯାଇଥାନ୍ତା । ସମୟ ରାତ୍ର ୪ଟା । ପାରାଦ୍ୱୀପ ୫ନମ୍ବର ଗେଟ୍ ପାଖ ପିଆଇସିଟି ବର୍ଥରେ ଚାଲିଥାଏ ହେଚ ଆର କଏଲ ଲୋଡିଂ, “କନ୍ ପ୍ଳଣ୍ଟ” ନାମକ ଜାହଜର ହାଚ ଭିତରେ ଗୋଟିଏ ପରେ ଗୋଟିଏ ହେଚ ଆର କଏଲ ଲୋଡିଂ ହେଉଥାଏ । ଜାହାଜରେ ଥିବା କ୍ରେନ୍ ରେ ଲାଗିଥିôବା ରୋପ୍ରେ ବନ୍ଧାଯାଇ ପାଖାପାଖି ୨୮ ଟନ୍ର ହେଚ୍ ଆର କଏଲ ବନ୍ଧାଯାଉଥାଏ ଆଉ ଗୋଟିଏପରେ ଗୋଟିଏ ଜାହାଜ ମଧ୍ୟରେ ଥିବା ହାଚ୍ ଭିତରକୁ ଯାଉଥାଏ । ହାଚ୍ ମଧ୍ୟରେ ଥିବା ୫ଜଣ ଶ୍ରମୀକ କଏଲ ରଖିବା ସ୍ଥାନକୁ ଦେଖାଉଥାନ୍ତି ଆଉ ଦୀର୍ଘ ଉଚ୍ଚରୁ ଆସି କଏଳ ନିଜର ଯାଗାରେ ରହୁଥାଏ । ଠିକ୍ ଏତିକି ସମୟରେ କ୍ରେନ୍ର ରୋପ୍ ଛଡିଗଲା । ଆଉ ହାଚ୍ ଭିତରେ ଥିବା ଶ୍ରମିକଙ୍କ ପାଖରେ ଅଧିକ ଉଚ୍ଚରୁ ୨୮ ଟନ୍ର ହେଚ୍ ଆର କଏଲ ଅଜାଡି ହୋଇ ପଡିଲା । ଛିଟିକି ପଡିଲେ ୫ଜଣ ଶ୍ରମିକ । ସମସ୍ତଙ୍କର ଆଖି ବୁଝି ହୋଇଗଲା । କାମ ବି ବନ୍ଦ ହୋଇଗଲା । ଚାରିଆଡେ ହାହାକାର ମଚିଗଲା । ଅଳ୍ପ ନିକଟରୁ ମୃତୁ୍ୟ କୁ ଦେଖିଥିବା ଶ୍ରମିକ ମାନେ ଆସି ଅନ୍ୟଶ୍ରମୀକ ମାନଙ୍କ ଅଗାରେ ଘଟଣା ସମ୍ପର୍କରେ ସବୁ କହିବାରୁ ସକାଳ ୬ଟା ଠାରୁ ପିଆଇସିଟି ଗେଟ୍ ଆଗରେ ଶ୍ରମିକ ମାନେ କର୍ତ୍ତୃପକ୍ଷ୍ୟଙ୍କ ଦାଇତ୍ୱହିନତା କୁ ଦାୟୀ କରି ଆନେ୍ଦାଳନ ଆରମ୍ଭ କଲେ । ଅବଶ୍ୟ କମ୍ପାନୀ ଶ୍ରମିକ ମାନଙ୍କ ଲିଜ୍ରଙ୍କୁ ହାତକରି ଶିଘ୍ର ଆନେ୍ଦାଳନକୁ ଭଣ୍ଡୁର କରିବାରେ ସକ୍ଷ୍ୟମ ହେଲା । କିନ୍ତୁ ଜାହାଜଟି ର ଲୋଡିଂ କାର୍ଯ୍ୟ ପ୍ରାୟ ୧୧ଘଣ୍ଟା ବନ୍ଦ ରହିବା ପରେ ଅପରାହ୍ନ ୩ଟା ସମୟରେ ପୁଃନ କାର୍ଯ୍ୟକ୍ଷ୍ୟମ ହେଲା । ଏଇଠି ପ୍ରଶ୍ନ ଉଠେ ଜାହଜରେ ଲୋଡିଂ ଅନ୍ଲୋଡିଂ ହେବା ପୂର୍ବରୁ ପିଆଇଟି କର୍ତ୍ତୃପକ୍ଷ୍ୟ ଉକ୍ତ ରୋପ୍କୁ ତନଖି କଲେ ନାହିଁ କାହିଁକି । ଯଦି ରୋପଟି ପୁରୁଣା ଥିଲା ଓ ତାର କ୍ଷ୍ୟମତା ହରାଇ ସାରିଥିଲା । ତେବେ ଉକ୍ତ ରୋପ୍ କୁ କିଭଳି ଭାବେ ଅନଲୋଡିଂ କରିବାକୁ ସହମତି ଦିଆଗଲା । ଶ୍ରମୀକ ମାନଙ୍କ ଜୀବନକୁ ନେଇ କେଉଁ ଅଧିକାରରେ ଏଭଳି ଏକ ଦାଇତ୍ୱ ହିନ କାର୍ଯ୍ୟ ନିର୍ବାହ କରି ସଂପୃକ୍ତ ସଂସ୍ଥା କାର୍ଯ୍ୟ କରୁଛି ତାହା ଏବେ ମୁକ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ପିଆଇସିଟି ବର୍ଥ ହେବାର କିଛି ମାସ ଠିକ୍ ଠାକ୍ ଚାଲିଲା ପରେ ଏବେ ଅନେକ ଅଘଟଣ, ଶ୍ରମୀକ ଅସାନ୍ତି, ଶ୍ରମୀକ ମାନଙ୍କ ହାତ କଟିବା, ଜଣେ ଆନ୍ଧ୍ରର ଯୁବକ ସର୍ଭେ କାମ କରୁଥିବା ବେଳେ ମୃତୁ୍ୟ ବରଣ କରିବା ଆଦି ଘଟଣା ସାମ୍ନାକୁ ଆସିଲାଣି । ଗତକିଛି ଦିନ ତଳେ ଚାଷି ମାନଙ୍କ ନିମନ୍ତେ ଆସୁଥିବା ସାରକୁ ଖୋଲା ଆକାଶ ତଳେ ରଖି ବର୍ଷା ପାଣିରେ ଭିଜାଇ ତାର ଗୁଣାବତ୍ତା ନଷ୍ଟ କରି ଚର୍ଚ୍ଚାକୁ ଆସିଛି । ବର୍ତ୍ତମାନ କମ୍ପାନୀ ମୁଖ୍ୟ ଏକ ଖାମଖିଆଲି ମନୋଭାବ ପୋଷଣ ପୂର୍ବକ କିଛି ଅଫିସର ଓ ରାଜନେତାଙ୍କୁ ହାତ ବାରିଷ କରି ଧରାକୁ ସରା ମଣୁଥିବା ଓ ସୁବ ନିୟମକୁ ଜଳାଞ୍ଜଳି ଦେଇ ଏଠି ମନମୁଖି କାର୍ଯ୍ୟ ଚଳାଉଥିବା ଆଲୋଚନା ହେଉଛି । ତୁରନ୍ତ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ଘଟଣା ସମ୍ପର୍କରେ ପିଆଇସିଟି ର ମାନବ ସମ୍ବଳ ମୁଖ୍ୟଙ୍କୁ ଘଟଣା ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ବବ ପର ହୋଇପାରି ନାହିଁ ।