ଅଲଗା ହେବେ ଧନୁଷ-ଐଶ୍ବର୍ୟ୍ୟା
ଅଲଗା ହେବେ ଧନୁଷ-ଐଶ୍ବର୍ୟ୍ୟା
ଚେନ୍ନାଇ: ସାଉଥ ଷ୍ଟାର୍ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ୟ୍ୟା ଅଲଗା ହେବେ। ପୂର୍ବରୁ ଉଭୟ ଅଲଗା ହେବା ନେଇ ବହୁ ଗୁମର ଉଠିଥିବା ବେଳେ ଏବେ ସେଥିରେ ମୋହର ମାରିଛନ୍ତି ଧନୁଷ । ଧନୁଷ ନିଜ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ନିଜ ବିଚ୍ଛେଦ ସମ୍ପର୍କରେ ମୋହର ମାରିଛନ୍ତି।
ଏନେଇ ଧନୁଷ ଏକ ନୋଟ ଲେଖିଛନ୍ତି, ଦୀର୍ଘ ୧୮ ବର୍ଷର ଦୋସ୍ତି, କପଲ, ପ୍ୟାରେଣ୍ଟସ୍ ଓ ପରସ୍ପରର ଶୁଭଚିନ୍ତକ ହିସାବରେ ଆମେ ଛିଡ଼ା ହେଲୁ। ଏହି ସମୟରେ ଆମେ ପରସ୍ପରକୁ ବୁଝିଲୁ, ପରିପକ୍ୱ ହେଲୁ ଓ ପରସ୍ପର ସହ ବାଟ ଚାଲିଲୁ। ହେଲେ ଏବେ ଆମେ ଏପରି ଜାଗାରେ ଛିଡ଼ା ହୋଇଛୁ, ଯେଉଁଠାରୁ ଆମ ରାସ୍ତା ଭିନ୍ନ ହୋଇ ଯାଉଛି। ଐଶ୍ଚର୍ୟ୍ୟା ଓ ମୁଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଓ ଆମ ଗୋପନୀୟତାକୁ ନଜରରେ ରଖି ଏହି ସମସ୍ୟାକୁ ଆମକୁ ସମାଧାନ କରିବାକୁ ଦିଅନ୍ତୁ।
ଐଶ୍ଚର୍ୟ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ହୋଇଥିବା ବେଳେ ଧନୁଷ ମଧ୍ୟ ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜାଙ୍କ ପୁଅ ଅଟନ୍ତି। ୨୦୦୪ ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି।
ମଝିରେ ମଝିରେ ଉଭୟଙ୍କ ବ୍ରେକ୍ଅପ୍ ଖବର ପ୍ରଚାରିତ ହେଉଥିବା ବେଳେ ଏହାକୁ ନେଇ ଉଭୟ ପକ୍ଷରୁ କୌଣସି ବିବୃତି ଆସୁ ନ ଥିଲା। ହେଲେ ଧନୁଷ ଏହି ଖବରରେ ମୋହର ମାରିଥିବାରୁ ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଆଘାତ ଲାଗିଛି। ମଲ୍ଟି ଟାଲେଣ୍ଟେଡ ଧନୁଷ ଏକାଧାରରେ ଜଣେ ଆକ୍ଟର ସହ ଡାଇରେକ୍ଟର, ପ୍ରଡ୍ୟୁସର, ଡାନ୍ସର, ପ୍ଲେବ୍ୟାକ୍ ସିଙ୍ଗର ଓ ସ୍କ୍ରିନପ୍ଲେ ରାଇଟର ମଧ୍ୟ । ଏ ଯାଏ ୪୬ ଫିଲ୍ମରେ କାମ କରି ସାରିଥିବା ଧନୁଷ ଗୋଟିଏ ଫିଲ୍ମ ଫେୟାର ଆୱାର୍ଡ, ୪ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମେତ ୧୩ ପୁରସ୍କାର ହାତେଇ ସାରିଲେଣି।




admin 