ଅର୍ଥମନ୍ତ୍ରୀଙ୍କ ତରଫରୁ ୧୬୮୦୦ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ କଲେ ମନ୍ତ୍ରୀ ପ୍ରଦୀପ ଅମାତ

ଅର୍ଥମନ୍ତ୍ରୀଙ୍କ ତରଫରୁ ୧୬୮୦୦ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ କଲେ ମନ୍ତ୍ରୀ ପ୍ରଦୀପ ଅମାତ

ଅର୍ଥମନ୍ତ୍ରୀଙ୍କ ତରଫରୁ ୧୬୮୦୦ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ କଲେ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର : ବିଧାନସଭାରେ ୧୬୮୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା, ଚାଷୀଙ୍କୁ ମରୁଡ଼ି ସହାୟତା ଓ ବିଭିନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସାରିବା ନିମନ୍ତେ ଅତିରିକ୍ତ ବଜେଟରେ ପ୍ରାବଧାନ କରାଯାଇଛି ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁପସ୍ଥିତ ଥିବାରୁ ପଂଚାୟତିରାଜ ଓ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ୧୬୮୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦରେ ୪୯୩୪ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୯୨ ଶହ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨୬୧୦ କୋଟି ୪୬ ଲକ୍ଷ ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୫୫ କୋଟି ୪୫ କୋଟିର ବ୍ୟୟବରାଦ କରାଯାଇଛି ।
ବିଶେଷକରି ବଜେଟ ସ୍ଥିରୀକରଣ ପାଣ୍ଠି ପାଇଁ ୩୭ ଶହ କୋଟିର ବ୍ୟୟବରାଦ ହୋଇଛି । ପଂଚାୟତିରାଜ ସଂସ୍ଥା ଦ୍ୱାରା ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ନିମନ୍ତେ ୧୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ପାଣ୍ଠି ପାଇଁ ୨୬୧୦ କୋଟିର ବ୍ୟୟବରାଦ ହୋଇଥିବାବେଳେ ସେଥିମଧ୍ୟରୁ ଖରିଫ ଫସଲ କ୍ଷୟକ୍ଷତି ପାଇଁ ପ୍ରଭାବିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ । ଟଙ୍କିକିଆ ଚାଉଳ ଯୋଜନା ନିମନ୍ତେ ୧୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ବିଜୁୂ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ୬୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ଭତା ଓ ଅଙ୍ଗନବାଡ଼ି କେନ୍ଦ୍ରରେ ନୂତନ ଗ୍ୟାସ ସଂଯୋଗ ନିମନ୍ତେ ୬୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ଏହାଛଡ଼ା ଅନୁସୂଚିତ ଜନଜାତି ଶିକ୍ଷା ଯୋଜନା ନିମନ୍ତେ ୧୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ୩୦୧ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ ୩୯ କୋଟିର ବ୍ୟୟବରାଦ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୫୫୦ କୋଟି, ସ୍ମାର୍ଟ ସିଟି ଯୋଜନା ପାଇଁ ୨୯୬ କୋଟି ଓ ପିଏମଏୱାଇ ପାଇଁ ୩୩ କୋଟିର ବ୍ୟୟବରାଦ ହୋଇଛି ।
ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ୧୨୮ କୋଟିର ବ୍ୟୟବରାଦ ହୋଇଥିବାବେଳେ ପର୍ଯ୍ୟଟନର ପ୍ରଚାର ପ୍ରସାର ତଥା ପର୍ଯ୍ୟଟକମାନଙ୍କ ସୂଚନା ପାଇଁ ୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି  ।