ଅର୍ଚ୍ଚନା ନାଗକୁ ଜେଲ ଭିତରେ ଜେରା ପାଇଁ ସଜବାଜ

ଅର୍ଚ୍ଚନା ନାଗକୁ ଜେଲ ଭିତରେ ଜେରା ପାଇଁ ସଜବାଜ

ଅର୍ଚ୍ଚନା ନାଗକୁ ଜେଲ ଭିତରେ ଜେରା ପାଇଁ ସଜବାଜ

ଭୁବନେଶ୍ୱର: ରାଜ୍ୟରେ ଏବେ ଅର୍ଚ୍ଚନା ନାଗର କେଳେଙ୍କାରୀ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାରନାମା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।   ଅର୍ଚ୍ଚନା ରାଜ୍ୟର ଅଧାରୁ ଅଧିକ ନେତାଙ୍କୁ ନିଜ ଆୟତ୍ତରେ ରଖିଥିଲେ । ଯାହା ଇଚ୍ଛା ତାହା କରୁଥିଲେ । ଦିନ ଗଡ଼ୁଛି, ତାଲିକା ଲମ୍ବୁଛି । ପ୍ରତିଦିନ ମାୟାବିନୀ ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ପଲିଟିକାଲ୍‌ ଲିଙ୍କ୍‌ରେ ନୂଆ ନୂଆ ଫର୍ଦ୍ଦ ଯୋଡି ହେବାରେ ଲାଗିଛି ।  
ଅର୍ଚ୍ଚନାକୁ ଗିରଫ କରାଯାଇ ଜେଲରେ ରଖାଯାଇଥିବାବେଳେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଅର୍ଚ୍ଚନା ନାଗକୁ ଜେଲ ଭିତରେ ଜେରା ପାଇଁ ସଜବାଜ ଆରମ୍ଭ ହୋଇଛି ।  ପୁଲିସ କାହିଁକି ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପଚରାଉଚରା କରୁନାହିଁ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ପରେ ପୁଲିସ ତାକୁ ଜେଲରେ ପଚରାଉଚରା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏନେଇ କୋର୍ଟଙ୍କ ଅନୁମତି ସକାଶେ ପୁଲିସ ଉଦ୍ୟମ କରୁଛି ।  ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅର୍ଚ୍ଚନାକୁ ଜେଲରେ ହିଁ ଜେରା କରିବାକୁ ଯୋଜନା କରିଛି ।  ପୁଲିସ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାଯାଇଛି ।

ଅର୍ଚ୍ଚନା ନାଗ ଫାଶରେ ଏବେ ୨୫ରୁ ଅଧିକ ନେତା ଥିବା ଚର୍ଚ୍ଚା ହେଉଛି ।  ତେବେ ସବୁଠାରୁ ବଡ଼ କଥା ହେଲା ଯେ ସମ୍ପୃକ୍ତ ୨୫ ନେତାଙ୍କ ମଧ୍ୟରେ ୧୮ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି ।  ୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏତେ ସଂଖ୍ୟକ ନେତା ସାମିଲ ଥିବାରୁ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି ।  ପୁଲିସର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କାହିଁକି ଅର୍ଚ୍ଚନାକୁ ପୁଲିସ ତରବରିଆଭାବେ ଗିରଫ କଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ତରବରିଆଭାବେ ଗିରଫ କରି ଜେଲ ପଠାଇବାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଅର୍ଚ୍ଚନାକୁ ଗିରଫ ପରେ ବି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ନେଇ ବି ପୁଲିସର ଭୂମିକା ସନେ୍ଦହଘେରରେ ।  ରିମାଣ୍ଡରେ ଆଣି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ପୀଡ଼ିତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଉନଥିବାରୁ ପ୍ରଶ୍ନ ଉଠିଛି ।  କାହା ଚାପରେ ପୁଲିସ ଚେପା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।