ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ
ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ
ପ୍ରତିବର୍ଷ ଡ଼ିସେମ୍ବର ୨୦ ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ । ଜାତିସଂଘ ଓ ଏହାର ସଦସ୍ୟ ରାଷ୍ଟ୍ରମାନଙ୍କର ଏହା ଅନ୍ତର୍ଜାତୀୟ ବାର୍ଷିକ ଏକତା ଦିବସ । ଅଖଣ୍ଡତାର ସାର୍ବଭୌମିକ ମୂଲ୍ୟର ପରିଚୟ ପାଇଁ ଦାରିଦ୍ର୍ୟ ହ୍ରାସ ନିମନ୍ତେ ବିଶ୍ୱସ୍ତରୀୟ ଉଦ୍ଦେଶ୍ୟ ଓ ପ୍ରୟାସଗୁଡ଼ିକ ଉପରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ବିଶ୍ୱର ସ୍ୱାଧୀନ ରାଷ୍ଟ୍ରମାନଙ୍କର ଦାରିଦ୍ର୍ୟ ହ୍ରାସ ନୀତିଗୁଡ଼ିକ ବାଣ୍ଟିବା ମଧ୍ୟ ଏହାର ଲକ୍ଷ୍ୟ ।
ବିଶ୍ୱସ୍ତରରେ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସ୍ଥିର ହୋଇଥିବା ଲକ୍ଷ୍ୟ ହାସଲ ନିମନ୍ତେ ବିଶ୍ୱ ଅଖଣ୍ଡତା ପାଣ୍ଠି ଓ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଏହି ସ୍ୱତନ୍ତ୍ର ଦିବସକୁ ପ୍ରୋତ୍ସାହିତ କରେ । ମୌଳିକ ଓ ସାର୍ବଭୌମିକ ମୂଲ୍ୟବୋଧ ରୂପେ ଅଖଣ୍ଡତାର ପରିଚୟ ପ୍ରଦାନ ସ୍ୱରୂପ ୨୦୦୫ମସିହା, ଡ଼ିସେମ୍ବର ୨୨ ତାରିଖରେ ଜାତିସଂଘ ସାଧାରଣ ସଭାରେ ଏହି ଦିବସକୁ ପରିଚୟ ମିଳିଲା । ପ୍ରତି ବର୍ଷ ଡ଼ିସେମ୍ବର ୨୦ ତାରିଖରେ ଏହାକୁ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ରୂପେ ପାଳନ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ।




admin 