ଅନିଦ୍ରା ସମସ୍ୟା ଦୂର କରିବ ଘିଅ ମିଶା କ୍ଷୀର

ଅନିଦ୍ରା ସମସ୍ୟା ଦୂର କରିବ ଘିଅ ମିଶା କ୍ଷୀର

ଅନିଦ୍ରା ସମସ୍ୟା ଦୂର କରିବ ଘିଅ ମିଶା କ୍ଷୀର

ଭୁବନେଶ୍ୱର: ରାତିରେ ଶୋଇବା ପୂର୍ବରୁ ବା ସକାଳୁ ଅନେକଙ୍କର ଅଭ୍ୟାସ କ୍ଷୀର ପିଇବା । କ୍ଷୀର ପିଇବା ଦ୍ୱାରା ଆମର ଅନେକ ଫାଇଦା ହୋଇଥାଏ । ଯେପରିକି, ଦେହ ପାଇଁ ରୁଚିକର ହେଲେ ମଧ୍ୟ ଗରମ କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ କରିଥାଏ, କେଶ ଓ ତ୍ୱଚା ପାଇଁ ମଧ୍ୟ ଉପକାରୀ ହୋଇଥାଏ  କ୍ଷୀର ପାନ । ତେବେ ଅମୃତ ସହ ତୁଳନା କରାଯାଉଥିବା କ୍ଷୀର ଓ ଘିଅକୁ କେବେ ଏକତ୍ର ମିଶାଇ ପିଇଛନ୍ତି କି ?  କ୍ଷୀର ଓ ଘିଅରେ ପୋଷକ ତତ୍ତ୍ୱ ଭରପୁର ରହିଥାଏ । କ୍ଷୀରରେ ଭିଟାମିନ ଡି, କ୍ୟାଲସିୟମ, ପ୍ରୋଟିନ ଓ କ୍ୟାଲସିୟମ ଭରପୁଣ ମାତ୍ରାରେ ରହିଥାଏ । ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ କେ, ପ୍ରୋଟିନ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଦୁଧ ଓ ଘିଅ ଏକତ୍ର ମିଶାଇ ପିଇଲେ ଅନିଦ୍ରା ସମସ୍ୟା ଦୂର ହୋଇଥାଏ । ଏହାକୁ ଏକ ସହିତ ପିଇବା ଦ୍ୱାରା ପାଚନ ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ଆଉ କ’ଣ ଫାଇଦା ମିଳିଥାଏ କ୍ଷୀର ଓ ଘିଅ ଏକତ୍ର ମିଶାଇ ପିଇଲେ ।

କ୍ଷୀରରେ ଘିଅ ମିଶାଇ ପିଇବାର ଲାଭ :
୧. ପାଚନ ଶକ୍ତି ବଢ଼ାଇବାରେ ଫାଇଦା

ପାଚନ ଶକ୍ତି ବଢ଼ାଇବା ପାଇଁ କ୍ଷୀରରେ ଘିଅ ମିଶାଇ ପିଇଲେ ବହୁତ ଲାଭ ମିଳିଥାଏ । କାରଣ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଶରୀର ଭିତରେ ଏନଜାଇମ ନିର୍ଗତ ହୋଇଥାଏ । ଫଳରେ ପାଚନ ଶକ୍ତି ବଢ଼ିଥାଏ । ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ପାଇଁ ଏହା ଏକ ଭଲ ପ୍ରକ୍ରିୟା ।

୨. ଅନିଦ୍ରା ସମସ୍ୟା ଦୂର କରିବାରେ ଲାଭଦାୟକ

ଅନିଦ୍ରା ସମସ୍ୟା ଦୂର କରିବାରେ କ୍ଷୀରରେ ଘିଅ ମିଶାଇ ପିଇବା ଲାଭକାରୀ ହୋଇଥାଏ । କାରଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ଓ ମସ୍ତିସ୍କ ଶାନ୍ତ ରହିଥାଏ ।

୩. ଗଣ୍ଠି ଦରଜରୁ ମିଳିଥାଏ ଲାଭ

ଗଣ୍ଠି ଦରଜରୁ ମୁକ୍ତି ପାଇବା ପାଇଁ କ୍ଷୀରରେ ଘିଅ ମିଶାଇ ପିଇଲେ ବହୁତ ଫାଇଦା ମିଳିଥାଏ । ଏହାକୁ ଏକ ସାଥିରେ ସେବନ କରିବା ଦ୍ୱାରା ଗଣ୍ଠି ଦରଜ ଓ ଫୁଲା କମ ହୋଇଥାଏ । ଏହାଛଡ଼ା କ୍ଷୀରରେ ଥିବା କ୍ୟାଲସିୟମ ହାଡ଼କୁ ମଜବୁତ କରିଥାଏ ।