ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ରାୟ ଘୋଷଣା : ଜାଣନ୍ତୁ କଣ ରହିଛି ଦଣ୍ଡାଦେଶ

ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ରାୟ ଘୋଷଣା : ଜାଣନ୍ତୁ କଣ ରହିଛି ଦଣ୍ଡାଦେଶ

ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ରାୟ ଘୋଷଣା : ଜାଣନ୍ତୁ କଣ ରହିଛି ଦଣ୍ଡାଦେଶ
ନୂଆଦିଲ୍ଳୀ : ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ଏବଂ ସମାଜସେବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବରୁ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷିତ କରାଯାଇଥିବା ବେଳେ ଆଜି ଦଣ୍ଡ ଘୋଷଣା କରାଯାଇଛି । ଦଣ୍ଡ ସ୍ୱରୂପ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଯଦି ଜରିମାନା ଅର୍ଥ ପୈଠ ନକରାଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି । ଯଦି ଜରିମାନା ଅର୍ଥ ପ୍ରଦାନ ନକରନ୍ତି ତେବେ ତିନି ମାସର ଜେଲ ଦଣ୍ଡାଦେଶ ସହିତ ୩ ବର୍ଷ ପର୍ଯ୍ୟନ୍ତ ତାଙ୍କର ବାର ଲାଇସେନ୍ସ ଋଦ୍ଧ କରାଯିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।