ଅତିରିକ୍ତ ଏସ୍ପିଙ୍କ ଅମାପ ସମ୍ପତ୍ତି, ଭିଜିଲାନ୍‌ସ ଟେରା

ଅତିରିକ୍ତ ଏସ୍ପିଙ୍କ ଅମାପ ସମ୍ପତ୍ତି, ଭିଜିଲାନ୍‌ସ ଟେରା

ଅତିରିକ୍ତ ଏସ୍ପିଙ୍କ ଅମାପ ସମ୍ପତ୍ତି, ଭିଜିଲାନ୍‌ସ ଟେରା

କଟକ: ଭିଜିଲାନ୍‌ସ ହାତରେ ପଡ଼ିଥିବା ପୁଲିସ ସିଗ୍ନାଲ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଅମାପ ସମ୍ପତ୍ତି ଦେଖି ଟେରା ଭିଜିଲାନ୍‌ସ ବିଭାଗ। 

ଭିଜିଲାନ୍ସର ୧୧ଟି ଦଳ ୧୧ଟି ପୃଥକ୍ ସ୍ଥାନରେ ଏକକାଳୀନ ଚଢ଼ଉ ବେଳେ ଜଣା ପଡ଼ିଥିବା ତାଙ୍କ ସମ୍ପତ୍ତି ପରିମାଣ।  ପୁଲିସ ବାବୁ ତାଙ୍କ ପତ୍ନୀ ଓ ପୁଅଙ୍କ ନାମରେ ଚଳାଇଥିବା ବ୍ୟବସାୟ ପ୍ରତିଷ୍ଠାନ। ଭୁବନେଶ୍ବର-ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟ୍ରେ ୮୦ ଲକ୍ଷ ଟଙ୍କାର ଫ୍ଲାଟ୍, ନବରଙ୍ଗପୁର, ଡାବୁଗାଁରେ ୮୬. ୩୨ଲକ୍ଷ ଟଙ୍କାର ଦୁଇମହଲା କୋଠା, ଯାଜପୁର-ବଡ଼ଚଣାରେ ଥିବା ୮୬.୩୨ଲକ୍ଷ ଟଙ୍କାର ଫାର୍ମ ହାଉସ୍, ଭୁବନେଶ୍ବର ଓ ଯାଜପୁରରେ ୪ଟି ମୂଲ୍ୟବାନ ପ୍ଲଟ୍, ୪୩.୩୨ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ୪୪.୪ଲକ୍ଷ ଟଙ୍କାର ବୀମା, ୧୬.୮୫ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫ଲକ୍ଷ ୨୭ ଜହାର ୭୧୦ ନଗଦ ଟଙ୍କା, ୧କୋଟି ୨୦ ଲକ୍ଷ ଟଙ୍କାର ବିଏମଡବ୍ଲୁ କାର୍, ୧୭ଲକ୍ଷ ଟଙ୍କାର କ୍ରେଟା କାର୍, ୧୩ଲକ୍ଷ ଟଙ୍କାର ମାରୁତି ବଲେନୋ କାର୍, ୨୦ଲକ୍ଷ ଟଙ୍କାର ଟ୍ରିମ୍ଫ ରକେଟ୍ ବାଇକ୍, ୫.୩ଲକ୍ଷ ଟଙ୍କାର ଜିଟିଏସ୍-୨୫୦ ହାଇସଙ୍ଗ୍ ବାଇକ୍, ୨ଲକ୍ଷ ୫୦ ହଜାର ଟଙ୍କାର ରୟାଲ୍ ଏନ୍ଫିଲଡ ବୁଲେଟ୍, ୨ଲକ୍ଷ ଟଙ୍କାର ୟାମାହା ମୋଟର୍ସାଇକଲ, ୭୦ ହଜାର ଟଙ୍କାର ସ୍କୁଟର୍, ୬୪ ହଜାର ଟଙ୍କାର ଇ- ସ୍କୁଟର୍, ୫୫ଲକ୍ଷ ଟଙ୍କାର ଆସବାବପତ୍ର, ୧ କୋଟି ୭୬ ଲକ୍ଷ ଟଙ୍କା ମୂଲ୍ୟ ତିନିମହଲା କୋଠାରେ ହୋଇଥିବା ଶାନ୍ତିଲତା କେୟାର୍ ନର୍ସିଂହୋମ୍, ୭୭ଲକ୍ଷ ଟଙ୍କା ମୂଲ୍ୟର ଶାନ୍ତି ଡ୍ରଗ୍ହାଉସ୍ ଓ ୧୪.୧୦ଲକ୍ଷ ଟଙ୍କାର କଟକ ମହାନଦୀବିହାର ଔଷଧ ପ୍ରସ୍ତୁତ ୟୁନିଟ୍ ପ୍ରଭୃତିକୁ ଜବତ କରିଛନ୍ତି ଭିଜିଲାନ୍ସ ଟିମ୍।

ତୁଳସୀପୁରସ୍ଥିତ ପୁଲିସ ସିଗ୍ନାଲ କାର୍ୟ୍ୟାଳୟରେ ଅତିରିକ୍ତ ଏସ୍ପି ଭାବେ କାମ କରୁଥିବା ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ ପ୍ରଭୃତି ସ୍ଥାନରେ ଭିଜିଲାନ୍ସ ଟିମ୍ ଆଜି ଭୋର୍ ସମୟରେ ଚଢ଼ଉ କରିଥିଲା। ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟ୍ ଘର, ନବରଙ୍ଗପୁର ଜିଲ୍ଲା ଡାବୁଗାଁର ପୈତୃକ ଘର, ବଡ଼ଚଣାସ୍ଥିତ ଶ୍ବଶୁର ପ୍ରମୋଦ ଚୌଧୁରୀଙ୍କ ଘର, ବଡ଼ଚଣାର ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲର ଶାନ୍ତିଲତା କେୟାର୍ ଆଣ୍ଡ୍ ନର୍ସିଂହୋମ୍, ଚଣ୍ଡିଖୋଲ ଓ ଧାନମଣ୍ଡଳସ୍ଥିତ ଦୁଇଟି ସ୍ଥାନରେ ଥିବା ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଦଳେଇ ଘାଇସ୍ଥିତ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘର, ମହାନଦୀବିହାରଠାରେ ଥିବା ଔଷଧ ତିଆରି ଫାର୍ମ, ତୁଳସୀପୁରସ୍ଥିତ ଏସ୍ପି ସିଗ୍ନାଲ ଅଫିସ, ମଧୁପାଟଣା ପୁଲିସ କଲୋନିସ୍ଥିତ କ୍ବାର୍ଟର୍ସରେ ଚଢ଼ଉ କରାଯାଇଥିଲା। ଚଣ୍ଡିଖୋଲରେ ମେଡିକାଲ, ଶାନ୍ତିଲତା କେୟାର ଆଣ୍ଡ୍ ନର୍ସିଂହୋମ୍ ଓ ଶାନ୍ତିଲତା ଡ୍ରଗ୍ ହାଉସ୍ ବ୍ୟବସାୟ ଶ୍ରୀ ମିଶ୍ରଙ୍କ ପତ୍ନୀଙ୍କ ନାମରେ ରହିଥିବା ରହିଛି। ସେହିଭଳି ଶାନ୍ତିଲତା ଟ୍ରାନ୍ସପୋର୍ଟ ମଧ୍ୟ ତାଙ୍କ ପତ୍ନୀଙ୍କ ନାମରେ ରହିଛି। ଦୁଇ ପୁଅଙ୍କ ନାମରେ କଟକ ମହାନଦୀବିହାରରେ ଔଷଧ ପ୍ରସ୍ତୁତ ବ୍ୟବସାୟ ଚାଲିଥିବା ତଥ୍ୟ ଭିଜିଲାନ୍ସର ହସ୍ତଗତ ହୋଇଛି। ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।