ଆମେରିକାର ଅସ୍ତ୍ରଶସ୍ତ୍ର ନେଇ ଯାଇଥିବା ପ୍ରଥମ ବିମାନ ପହଞ୍ଚିଲା ଇସ୍ରାଏଲ

ଆମେରିକାର ଅସ୍ତ୍ରଶସ୍ତ୍ର ନେଇ ଯାଇଥିବା ପ୍ରଥମ ବିମାନ ପହଞ୍ଚିଲା ଇସ୍ରାଏଲ

ଜେରୁଜେଲମ: ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ହମାସ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରାଯାଉଛି। ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଭିନ୍ନ ଦେଶ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି, ଆମେରିକାର ଅସ୍ତ୍ରଶସ୍ତ୍ର ନେଇ ଯାଇଥିବା ପ୍ରଥମ ବିମାନ ମଙ୍ଗଳବାର ସାରେ ଦକ୍ଷିଣ ଇସ୍ରାଏଲରେ ଅବତରଣ କରିଛି।

ଆଇଡିଏଫ୍‌ ସୋସିଆଲ ମମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମେରିକୀୟ ଅସ୍ତ୍ରଶସ୍ତ୍ର ନେଇଥିବା ପ୍ରଥମ ବିମାନ ମଙ୍ଗଳବାର ସାରେ ଦକ୍ଷିଣ ଇସ୍ରାଏଲର ନେବାତିମ ଏୟାରବେସରେ ପହଞ୍ଚିଛି।