ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୋଗାଣ ବିଭାଗ ଅଧିକାରୀ । ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଏକାସାଙ୍ଗେ ପ୍ରଶାନ୍ତଙ୍କ ଘର ସମେତ ୮ଟି ସ୍ଥାନରେ ଚାଲିଛି ଚଢାଉ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ୮ଟି ସ୍ଥାନରେ ମଧ୍ୟରେ ଗଞ୍ଜାମ ଏବଂ ଭୁବନେଶ୍ୱରର ଏକାଧିକ ସ୍ଥାନ ରହିଛି । ଅଫିସରେ ମଧ୍ୟ ଚାଲିଛି ଚଢାଉ । ଏହି ଚଢାଉରେ ୮ ଜଣ ଡିଏସ୍ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସବିଶେଷ ସୂଚନା ମିଳିନାହିଁ । ରେଡ୍ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।