ଭିଜିଲାନ୍ସ ପଞ୍ଝାରେ କିରାଣୀ

ଭୁବନେଶ୍ବର:ରାଜ୍ୟ ସରକାର ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣାଉଥିବା କହୁଥିଲେ ହେଁ ଦିନକୁ ଦିନକୁ ଦିନ ଭିଜିଲାନ୍ସ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଜଣକ ପରେ ଜଣେ ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଆଜି ଆଉ ଜଣେ କର୍ମଚାରୀଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ଧରିଛି । ଭିଜିଲାନ୍ସ ପଞ୍ଝାରେ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କିରାଣୀ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । କ୍ଷୁଦ୍ର ଜଳସେଚନ ବିଭାଗ କିରାଣୀ ହେଉଛନ୍ତି ଶୁଭକାନ୍ତ ସ୍ବାଇଁ । ଶୁଭକାନ୍ତଙ୍କ ପକେଟରୁ ୫ ହଜାର ୫୦୦ ଟଙ୍କା ବାହାରିଥିଲା । କାର୍ୟ୍ୟାଳୟରୁ ୧୪ ହଜାର ୯୯୦ ଟଙ୍କା ବାହାରିଲା ।
ଶୁଭକାନ୍ତଙ୍କ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।