ସଂଘର୍ଷର ଅନ୍ୟନାମ ମଧୁବାବୁ....

ସଂଘର୍ଷର ଅନ୍ୟନାମ ମଧୁବାବୁ....

ଭୁବନେଶ୍ୱର: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ । ମଧୁବାବୁଙ୍କ ଜନ୍ମଉତ୍ସବ ପାଇଁ ଚଳଚଞ୍ଚକ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭମାପୁର। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଧୁବାବୁଙ୍କ ପୀଠକୁ ପଯ୍ୟଟନ କ୍ଷେତ୍ରଭାବେ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର।

ସେହିପରି ମଧୁବାବୁଙ୍କ ପୀଠରେ ନିର୍ମିତ ହୋଇଛି ରାଜ୍ୟ ସରକାରଙ୍କ ଦ୍ବାରା ଏକ ସଂଗ୍ରହାଳୟ। ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ମଧୁବାବୁଙ୍କ ସ୍ମୃତି ବହନ କରୁଥିବା ମଧୁବାବୁଙ୍କ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ସହ ମଧୁବାବୁଙ୍କ ତୈଳଚିତ୍ର । ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ସତ୍ୟଭାମାପୁରରୁ ଦସ୍ତଖତ ସଂଗହ ଅଭିଯାନ ଆରମ୍ଭ ହେବା ସହ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଆରମ୍ଭ କରାଯାଇଛି । ମଧୁବାବୁଙ୍କ ଜନ୍ମମାଟି ସତ୍ୟଭମାପୁରକୁ ରାଷ୍ଟ୍ରୀୟ ସ୍ମାରକୀ ପୀଠ ଘୋଷଣା ସହ ମଧୁବାବୁଙ୍କୁ ମରୋଣତ୍ତର ଭାରତ ରତ୍ନ ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି। ସେପଟେ ଆଜି ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧୁବାବୁଙ୍କ ଜନ୍ମପୀଠ ପରିଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି । ସନ୍ଧ୍ୟା ୬ଟାରେ ସତ୍ୟଭାମାପୁରରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ କେନ୍ଦ୍ରମନ୍ତ୍ରୀ । ୭ଟା ବେଳେ ସାଲେପୁରରେ ଏକ ଶୋଭାଯାତ୍ରାରେ ଯୋଗଦେବେ । ସାଲେପୁରରେ ଆୟୋଜିତ ମଧୁ ଜୟନ୍ତୀ ଓ ସାଲେପୁର ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।