ବଡ଼ ଦୁର୍ଘଟଣାରୁୁ ବର୍ତ୍ତିଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍

ଭୁବନେଶ୍ୱର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଷ କଳିଙ୍ଗ ଉତ୍କଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନ । ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଗତକାଲି ସନ୍ଧ୍ୟା ୫.୧୫ରେ ଏହି ଘଟଣା ଘଟିଥିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲା । ତେବେ ୫୦ରୁ ୧୦୦ ମିଟର ଦୂରରେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଊୟରେ କିଛି ସମୟ ପାଇଁ ଯାତ୍ରୀମାନେ ଓହ୍ଲାଇପଡିଥିଲେ । ତେବେ କାହାର କିଛି କ୍ଷତି ହୋଇନାହିଁ । ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ପ୍ରାୟ ଏକଘଂଟା ପରେ ଋଷକେଷ ଅଭିମୁଖେ ଯାତ୍ରା କରିଛି ।