କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୩୫ ଟ୍ରେନ୍ ବାତିଲ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୮ ଦିନ ପରେ ବି ପୁନରୁଦ୍ଧାର କାର୍ୟ୍ୟ ସମ୍ପୂର୍ଣ୍ଣ ସରିନାହିଁ । ଯାହାକୁ ନେଇ ରେଳ ବିଭାଗ ପକ୍ଷରୁ ଶନିବାର ଓ ରବିବାର ୩୫ଟି ଟ୍ରେନ୍ ବାତିଲ କରାଯାଇଛି । ସେହିପରି ଶୁକ୍ରବାର ଚାଲିବାକୁ ଥିବା ଶାଲିମାର-ପୁରୀ ଏକ୍ସପ୍ରେସ୍କୁ ପୁଣି ବାତିଲ କରାଯାଇଛି ।୧୦ ତାରିଖରେ ଉଭୟ ଦିଗରୁ ଜଳେଶ୍ୱର-ପୁରୀ ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ୍, ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର, ବାଲେଶ୍ୱର-ଭଦ୍ରକ ପାସେଞ୍ଜର, ଶାଲିମାର-ପୁରୀ ଏକ୍ସପ୍ରେସ୍, ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ୍ ବାତିଲ କରାଯାଇଛି । ତେବେ ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ୍, ହାଓଡ଼ା-ତିରୁପତି ଏକ୍ସପ୍ରେସକୁ ବି ବାତିଲ କରାଯାଇଛି । ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍, ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଅପରପକ୍ଷେ, ୧୧ ତାରିଖରେ ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର ସମେତ ୮ଟି ଟ୍ରେନ୍ ବାତିଲ ରହିବ । ଆସନ୍ତାକାଲି ଯୋଗନଗରୀ ରିଷିକେଶ-ପୁରୀ ଏକ୍ସପ୍ରେସ୍, ସମ୍ବଲପୁର-ଝାରସୁଗୁଡ଼ା ରୋଡ୍-ଇବ ଦେଇ ଚଳାଚଳ କରିବ । ପୁରୀ-ଯୋଗନଗରୀ ରିଷିକେଶ ଏକ୍ସପ୍ରେସ୍ ବି ଇବ-ଝାରସୁଗୁଡ଼ା ରୋଡ୍-ସମ୍ବଲପୁର ହେଇ ଯିବ । ଜୟନଗର-ପୁରୀ ଏକ୍ସପ୍ରେସ ଜୟଚଣ୍ଡୀ ପହର-ପୁରୁଲିଆ-ଚାନ୍ଦିଲ-ଜରୋଲି-ଜଖପୁରା ଦେଇ ଯିବ । ଖଡ଼ଗପୁର-ଭଦ୍ରକ ପାସେଞ୍ଜରକୁ ଉଭୟ ଦିଗରୁ ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଆଂଶିକ ବାତିଲ କରାଯାଇଛି । ବାଲେଶ୍ୱରରୁ ଖଡ଼ଗପୁର ମଧ୍ୟରେ ଏହି ଟ୍ରେନ୍ ଚାଲିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।




admin 