ଟୁଥ୍ବ୍ରଶ୍ ରୋଗ ସଂକ୍ରମଣର କାରଣ
ପ୍ରତିଦିନ ବ୍ରଶ୍ କରିବାଦ୍ବାରା ଦାନ୍ତ ସଫା ରହିଥାଏ। ଫଳତଃ ଦାନ୍ତଜନିତ ସମସ୍ୟାକୁ ଆମେ ଅନେକାଂଶରେ ଏଡ଼ାଇ ପାରିଥାଉ। ଦିନକୁ ଦୁଇଥର ଦାନ୍ତ ଘଷିଲେ ତାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ। ଏହାକୁ ଖୋଲା ରଖିଲେ ସେଥିରେ ବ୍ୟାକ୍ଟେରିଆ ନିଜର ବଂଶ ବୃଦ୍ଧି କରିଥାଆନ୍ତି। ତେଣୁ ବ୍ରଶ୍କୁ ବାହାରର ଧୂଳି ଏବଂ ବ୍ୟାକ୍ଟେରିଆଠୁ ଦୂରେଇ ରଖିବା ଲାଗି ସେଥିରେ କଭର ଦେଇଥାଆନ୍ତି। ହେଲେ ବ୍ରଶ୍ କଭର୍ ଏହାକୁ ଜୀବାଣୁମୁକ୍ତ ରଖି ନ ଥାଏ, ବରଂ ଓଦା ବ୍ରଶ୍କୁ କଭର୍ ଭିତରେ ରଖିବାଦ୍ବାରା ସେଥିରେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାଏ। ନିକଟରେ ଆମେରିକୀୟ ବିଶେଷଜ୍ଞମାନେ ଏକ ଗବେଷଣାରୁ କିଛି ତଥ୍ୟ ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, କଭର ଲାଗିଥିବା ବ୍ରଶ୍ ଅଧିକ ଦିନ ଧରି ବ୍ୟବହାର କରିବାଦ୍ବାରା ସେଥିରେ ଏମ୍ଆର୍ଏସ୍ଏ ନାମକ ଏକ ଅନିଷ୍ଟକାରୀ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। ଏହି ଜୀବାଣୁ ଶରୀରରେ ବିଭିନ୍ନ ରୋଗ ସଂକ୍ରମଣର କାରଣ ସାଜିଥାଏ। ବିଶେଷକରି ଜଣଙ୍କ ଟୁଥ୍ବ୍ରଶ୍କୁ ଅନ୍ୟ କେହି ବ୍ୟବହାର କରୁଥିଲେ ଏହି ଆଶଙ୍କା ଅଧିକ ବୋଲି ଗବେଷଣାର ମୁଖ୍ୟ ଡ.ଲରେନ୍ ଆବେର୍ ପ୍ରକାଶ କରିଛନ୍ତି।




admin 