୨୧ଲକ୍ଷର ଟଙ୍କାର ଟମାଟୋ ଚୋରି

୨୧ଲକ୍ଷର ଟଙ୍କାର ଟମାଟୋ ଚୋରି

କୋଲାର : କର୍ଣ୍ଣାଟକର କୋଲାର ଅଚଂଳରୁ ରାଜସ୍ଥାନ ଅଭିମୁଖେ ଯାଉଥିବା ୨୧ ଲକ୍ଷ ଟଙ୍କାର ଏକ ଟମାଟୋ ବୋଝେଇ ଟ୍ରକ ଅଧାବାଟରୁ ନିଖୋଜ ହୋଇଯାଇଛି । ଟ୍ରକରେ ଥିବା ଡ୍ରାଇଭର ଓ କ୍ଳିନରଙ୍କ ସହ ଯୋଗାଯୋଗ ସମ୍ବବ ହୋଇପାରୁନାହିଁ । ଟ୍ରକ ମାଲିକ ଅଭିଯୋଗ କରିଛନ୍ତି ଯେ ଡ୍ରାଇଭର ଜଣକ ନିଜ ଅନ୍ୟ ସହଯୋଗୀଙ୍କ ସହ ମିଶି ଉକ୍ତ ଟ୍ରକ୍‌ଟିକୁ ଚୋରାଇ ନେଇଛନ୍ତି । ସେ ଏନେଇ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଟ୍ରକ ମାଲିକଙ୍କ କହିବା ଅନୁସାରେ ଜୁଲାଇ ୨୭ ତାରିଖରେ ଦୁଇଜଣ ବ୍ୟବସାୟୀ କୋଲାର ଏପଏମ୍‌ସି ୟାର୍ଡରୁ ରାଜସ୍ଥାନକୁ ଟମାଟୋ ନେବା ଲାଗି ଗାଡି ବୁକ୍‌ କରିଥିଲେ । ଶନିବାର ରାତିରେ ଟ୍ରକ ଜୟପୁରରେ ପହଂଚିବାର ଥିଲା । କିନ୍ତୁ ସୋମବାର ହୋଇଯାଇଥିଲେ ମଧ୍ୟ ଟ୍ରକଟି ପହଂଚିନାହିଁ । କିମ୍ବା ସେମାନଙ୍କ ସହିତ ଯୋଗଯୋଗ ହେଉନାହିଁ । ଗାଡିରେ ଲାଗିଥିବା ଜିପିଏସ୍ରୁ ଜଣାପଡୁଛି ଯେ ଏହା କୋଲାର ଠାରୁ ୧୬୦୦କି.ମି. ଯାତ୍ରା କରିଛି । କୌଶସି ଦୁର୍ଘଟଣା ନ ହୋଇଥିବାର ମଧ୍ୟ ସୂଚନା ମିଳୁଛି ।