ଓଡ଼ିଶାରେ କାହିଁକି ଇଣ୍ଟରନେଟ ସେବା ପ୍ରଭାବିତ? ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ କାହିଁକି ଇଣ୍ଟରନେଟ ସେବା ପ୍ରଭାବିତ? ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ସାମ୍ପ୍ରତିକ ସମୟରେ ମୋବାଇଲ୍‍ ଏବଂ ଇଣ୍ଟରନେଟ୍‍ ସଂଯୋଗ ସାଧାରଣ ଜୀବନଚର୍ଯ୍ୟାର ଅଭିେଚ୍ଛଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ଆଜି ବି ଓଡ଼ିଶାର ବହୁ ଅଞ୍ଚଳର ଲୋକେ ମୋବାଇଲ୍‍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଏହାକୁ ଗୁରୁତ୍ୱକୁ ଉପଲବ୍ଧି କରି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷକ କରିଆସୁଛନ୍ତି। ଏହାରି ମଧ୍ୟରେ ଓଡିଶାରେ ଇଣ୍ଟରନେଟ ସେବା ପ୍ରଭାବିତ ହେବାର କାରଣ ଦର୍ଶାଇଛନ୍ତି କେନ୍ଦ୍ର ସରକାର।

ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଆର ଚନ୍ଦ୍ରଶେଖର କହିଛନ୍ତି ରାଜ୍ୟର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସେବା ପ୍ରଭାବିତ ହେଉଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର୯୮୯ ଗାଁରେ ଭଏସ କଭରେଜ ଓ ୪୪, ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି। ଆର୍ଥିକ ଅନଗ୍ରସର ଲୋକ କିଭଳି ଇଣ୍ଟରନେଟର ସୁବିଧା ନେଇପାରିବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି।

ମୁଖ୍ୟତଃ ଏଲଡବ୍ୟୁଇ(LWE-2) ପରିଯୋଜନାରେ ୧୬୨ଟି ଟାୱାର ସ୍ଥାପିତ କରାଯାଇଥିବା ବେଳେ ଆକାଂକ୍ଷା ଜିଲ୍ଲା କଭରେଜ ପରିଯୋଜନାରେ ୧୪୯ ଟି ଟାୱାର ସ୍ଥାପନା କରାଯାଇଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ ଦ୍ବାରା ୨ଜି ନେଟର୍ୱକକୁ ୪ଜିରେ ପରିବର୍ତ୍ତନ କରାଯିବା ସହ ଏଲଡବ୍ୟୁଇ-୧ ପରିଯୋଜନାରେ ମଧ୍ୟ ସମାନ କାମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।