ଅକ୍ଟୋବର ୧୪ରେ ସୂର୍ଯ୍ୟୋପରାଗ

ଅକ୍ଟୋବର ୧୪ରେ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ : ଜ୍ୟୋର୍ତିବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚଳିତ ମାସ ସ୍ବତନ୍ତ୍ର ରହିଛି। କାରଣ ୨୦୨୩ ଅକ୍ଟୋବର ୧୪ ତାରିଖରେ ଆକାଶରେ ଏକ ବିରଳ ଦୃଶ୍ୟ ଦୃଶ୍ୟମାନ ହେବ। ଅର୍ଥାତ ଅକ୍ଟୋବର ୧୪ରେ ସୂର୍ଯ୍ୟୋପରାଗ ପଡ଼ୁଛି। ବର୍ଷର ଏହି ଶେଷ ସୂର୍ଯ୍ୟୋପରାଗକୁ ‘ରିଙ୍ଗ ଅଫ ଫାୟାର’ ବୋଲି କୁହାଯାଉଛି। ୨୦୧୨ ପରେ ପ୍ରଥମ ଥର ପାଇଁ ‘ରିଙ୍ଗ ଅଫ ଫାୟାର ସୂର୍ଯ୍ୟପରାଗ’ର ଆଂଶିକ ଦୃଶ୍ୟ ଆଗାମୀ ଶନିବାର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ।

ଏହି ସୂର୍ଯ୍ୟୋପରାଗ  ସନ୍ଧ୍ୟା ୦୪ଟା ୩୪ରେ ଆରମ୍ଭ ହୋଇ ରାତି ୦୨ଟା ୨୫ମିନିଟରେ ଶେଷ ହେବ। କିନ୍ତୁ ଭାରତରେ ଏହି ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବନାହିଁ।ତେବେ ଏହି ଦୃଶ୍ୟକୁ ଭାରତ ସମେତ ଅନ୍ୟ ଦେଶର ଲୋକେ ଯଦି ଦେଖିବାକୁ ଚାହିଁବେ ସେମାନେ ନାସାର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଦେଖି ପାରିବେ। ଏହି ଚାନେଲରେ ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗର ସିଧାପ୍ରସାରଣ ଅକ୍ଟୋବର ୧୪ ସନ୍ଧ୍ୟା ୪ଟା ୩୦ରେ ଆରମ୍ଭ ହେବ। ଶନିବାର ଦିନ ଚନ୍ଦ୍ର ସୂର୍ଯ୍ୟଙ୍କ ସମ୍ମଖରେ ରହିବ, ଯେଉଁଥିରୁ ଅଧିକାଂଶ ଲୁଚି ରହିବ କିନ୍ତୁ ଏକ ଚମତ୍କାର ରିଙ୍ଗ ଦୃଶ୍ୟମାନ ହେବ। ଯୁକ୍ତରାଷ୍ଟ୍ର, ମେକ୍ସିକୋ ଏବଂ ଦକ୍ଷିଣ ତଥା ମଧ୍ୟ ଆମେରିକାର ଅନେକ ଦେଶରେ ଲକ୍ଷ ଲକ୍ଷ ଲୋକ ପଶ୍ଚିମ ଗୋଲାର୍ଦ୍ଧରେ ଏହି ବିରଳ ଘଟଣା ଦେଖିପାରିବେ ।