ଅନୁଚ୍ଛେଦ-୩୭୦ ଉପରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ଅନୁଚ୍ଛେଦ-୩୭୦ ଉପରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ-୩୭୦ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନମନ୍ତ୍ରୀ ବିଚାର ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ୫ଜଣିଆ ଖଣ୍ଡପୀଠ ଧାରା-୩୭୦ ବିରୋଧରେ ଦାୟର ହୋଇଥିବା ଯାଚିକାର ଶୁଣାଣି କରିବେ । ସିଜେଆଇଙ୍କ ବ୍ୟତୀତ ନ୍ୟାୟମୂର୍ତ୍ତି ସଞ୍ଜୟ କୋଏଲ, ଜଷ୍ଟିସ୍ ସଂଜୀବ ଖେତ୍ରା, ଜଷ୍ଟିସ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ୟ୍ୟକାନ୍ତ ସାମିଲ ରହିଛନ୍ତି ।

ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲା ସୋମବାର ଏବଂ ଶୁକ୍ରବାର ଛାଡ଼ିକରି ପ୍ରତିଦିନ ଶୁଣାଣି କରିବେ । ସୋମବାର ଏବଂ ଶୁକ୍ରବାର ନୂଆ ଯାଚିକା ଉପରେ ଶୁଣାଣି ହେବ । ସାମ୍ବାଧାନିକ ଖଣ୍ଡପୀଠ ଜୁଲାଇ ୧୧ ତାରିଖରେ ବିଭିନ୍ନ ପକ୍ଷ ଦ୍ବାରା ଲିଖିତ ଦସ୍ତାବିଜ୍ ର ବିଚାର କରି ୨୭ ଜୁଲାଇରେ ଶୁଣାଣି ସମୟ ସୀମା ସ୍ଥିର ହୋଇଥିଲା ।
କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରେ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ଏହା ସହିତ ଜାମ୍ମୁକାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଧାରା-୩୭୦ ହଟାଇବା ପରେ ବୈଧାନିକ ଏବଂ ଆଇନଗତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ଉଠଥିଲା ।