ଆଜିଠାରୁ ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି

ଆଜିଠାରୁ ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି

ପୁରୀ : ଆଜିଠୁ ଆରମ୍ଭ ହେଉଛି ଧର୍ମ ମାସର ମହାପଞ୍ଚୁକ ବ୍ରତ। ପଞ୍ଚୁକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ବେଶ ଅନୁଷ୍ଠିତ ହୋଇଛି ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ ପଞ୍ଚୁକର ତୃତୀୟ ଦିନରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ପଞ୍ଚମ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବା ସୁନାବେଶ ଅନୁଷ୍ଠିତ ହେବ ପଞ୍ଚକ ବ୍ରତଧାରୀଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ପଞ୍ଚୁକ ଦିନ ଧରି ଶ୍ରୀକ୍ଷେତ୍ରରେ ଜମିବ ଭିଡ଼

ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ୟ୍ୟନ୍ତ ସମସ୍ତ ଉଠା ଦୋକାନ ଦିନ ପର୍ୟ୍ୟନ୍ତ ବନ୍ଦ ରହିବ ଭକ୍ତଙ୍କ ମୌଳିକ ସୁବିଧାଅସ୍ଥାୟୀ ଟଏଲେଟ ସହ ପ୍ରାୟ ୫୦ଜଣ ସ୍ଵେଛାସେବୀଙ୍କୁ ଜଳ ବଣ୍ଟନ ପାଇଁ  ମୁତୟନ କରାଯିବ ଏହାସହ ସମସ୍ତ ପଞ୍ଚ ପୁଷ୍କରିଣୀ ମହୋଦଧିରେ ଅଗ୍ନିଶମ ବାହିନୀ ଲାଇଫ ଗାର୍ଡ ମୁତୟନ ରହିବେ ମେଡିକାଲ ଟିମ, ଆମ୍ବୁଲାନ୍ସ ଅନ୍ୟାନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି