ରପ୍ତାନିକାରୀଙ୍କୁ ବିଭିନ୍ନ ଖର୍ଚ୍ଚର ଅର୍ଥ ଭରଣା ପ୍ରଦାନ ପାଇଁ ସ୍ବତନ୍ତ୍ର ଓ୍ବେବ୍ ପୋର୍ଟାଲ୍
ଭୁବନେଶ୍ବର: ଦେଶର ରପ୍ତାନୀ ଓ ଉତ୍ପାଦ ହବ୍ ହେଲାଣି ଓଡ଼ିଶା। ରପ୍ତାନିକାରୀଙ୍କୁ ବିଭିନ୍ନ ଖର୍ଚ୍ଚର ଅର୍ଥ ଭରଣା ପ୍ରଦାନ ପାଇଁ ରାଜ୍ୟ ସରକାର ଖୋଲିଲେ ସ୍ବତନ୍ତ୍ର ଓ୍ବେବ୍ ପୋର୍ଟାଲ୍। ଏହି ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି ଏମଏସ୍ଏମ୍ଇ ମନ୍ତ୍ରୀ। ଓ୍ବେବ୍ ପୋର୍ଟାଲ୍ ଜରିଆରେ ରପ୍ତାନିକାରୀ ଆବେଦନ କଲେ ବିଭାଗୀୟ ଚୟନ କମିଟି ତର୍ଜମା କରିବା ପରେ ରପ୍ତାନୀ ନିର୍ଦ୍ଦେଶାଳୟ ଖର୍ଚ୍ଚ ଭରଣା କରିବ। ଚଳିତବର୍ଷ ଏମ୍ଏସ୍ଏମ୍ଇ ବିଭାଗକୁ ଋଣ ଆବଣ୍ଟନ ପାଇଁ ୭୨ହଜାର କୋଟି ଟଙ୍କା ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।
ରାଜ୍ୟରେ ସଶକ୍ତ ଓ ସମୃଦ୍ଧ ହେଉଛି ଏମ୍ଏସ୍ଏମ୍ଇ ଶିଳ୍ପ। ଉଦ୍ୟୋଗୀଙ୍କୁ ମିଳୁଛି ସବୁ ସୁବିଧା । ରପ୍ତାନୀ କରୁଥିବା ଏମଏସଏମ୍ଇ ଶିଳ୍ପକୁ ସରକାରଙ୍କ ଉପହାର। ଏଣିକି ରପ୍ତାନିକାରୀ ଦେଶ ଭିତରେ ଓ ବିଦେଶ ଗସ୍ତ ଖର୍ଚ୍ଚ, ପ୍ରଦର୍ଶନୀ ଖର୍ଚ୍ଚ, ଗବେଷଣା ଫି’ ଭରଣା ପାଇଁ ଯିବେନି ସରକାରୀ ଅଫିସ। ଘରେ ବସି ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ରପ୍ତାନୀ ଭବନରେ ଏକ ଓ୍ବେବ୍ ପୋର୍ଟାଲ ଲୋକାର୍ପଣ କରିଛନ୍ତି। ୨୦୨୨ ନଭେମ୍ବର ୩୦ ପରେ ରପ୍ତାନୀ କରିଥିବା ଉଦ୍ୟୋଗୀ ପୋର୍ଟାଲରେ ଅର୍ଥ ଭରଣା ପାଇଁ ଆବେଦନ କରିପାରିବେ।




admin 