ସ୍ମାଟ ଫୋନ୍ ଦେଖିବା ପାଇଁ ଆଉ ଜିଦ୍ କରିବେନି ପିଲା

ସ୍ମାଟ ଫୋନ୍ ଦେଖିବା ପାଇଁ ଆଉ ଜିଦ୍ କରିବେନି ପିଲା

ଭୁବନେଶ୍ୱର : ସ୍ମାଟ ଫୋନ୍ /ଟାବ୍ଲେଟ୍  ଦେଖିବା ପାଇଁ ଏବେ ଛୋଟ ପିଲାମାନେ ଯେମିତି ଡ଼ହଳ ବିକଳ ହେଉଛନ୍ତି  । ମା କିମ୍ବା ଘରର କେହି ସଦସ୍ୟ ସେମାନଙ୍କ ହାତରୁ ମୋବାଇଲ୍ ନେଇଗଲେ , ପିଲାଏ କାନ୍ଦି ଗଡ଼ି ଯାଉଛନ୍ତି । କେମିତି ଏହି ଅଭ୍ୟାସ କୁ ଧୀରେ ଧୀରେ ବନ୍ଦ କରିହେବ , ଜାଣନ୍ତୁ ଉପାୟ ।

ପ୍ରଥମେ ସେମାନଙ୍କୁ ଅନ୍ ଲାଇନ୍ ଚାଲୁଥିବା ସମର୍ କ୍ୟାମ୍ପରେ ଭାଗ ନେବାକୁ ଉତ୍ସାହିତ କରନ୍ତୁ । ଅଯଥାରେ ୟୁଟ୍ୟୁବ୍ କିମ୍ବା ଗେମ୍ ଖେଳିବା ପରିବର୍ତେ ସେମାନେ ଅନ୍ତତଃ କିଛି ଶିଖିବେ । 

ଆଜିକାଲି ସମର୍ କ୍ୟାମ୍ପରେ ବିଭିନ୍ନ କାହାଣୀ ମାଧ୍ୟମରେ ପିଲାଙ୍କୁ ଶିକ୍ଷକ ମାନେ  ଉପଦେଶ ଦେଉଛନ୍ତି , ଅଧିକ ସମୟ ମୋବାଇଲ୍ ସ୍କିନ୍ ଟାଇମ୍ ଠାରୁ ଦୂରେଇ ରହିବା ଭଲ । ସ୍ମାଟ ଫୋନ୍ ରୁ ସେମାନଙ୍କୁ ଦୂରେଇବା ପାଇଁ ବାପା ମା ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ କଥାବାର୍ତା ହୁଅନ୍ତୁ । 

ସେମାନେ ଦେଖିବାକୁ ଯେତେ ଜିଦ୍ କଲେ ସୁଦ୍ଧା ପ୍ରତିଦିନ ୩୦ ମିନିଟ୍ରୁ ଅଧିକ ସମୟ ଦିଅନ୍ତୁ ନାହିଁ । ଛୋଟ ପିଲାଏ ରଙ୍ଗିନ୍ ଜିନିଷ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି । ସେମାନଙ୍କୁ ଚିତ୍ର ଆଙ୍କିବାକୁ ଦିଅନ୍ତୁ , ଦେଖିବେ କିଛିଦିନ ଭିତରେ ସ୍ମାଟ୍ଫୋନ୍ ଅଭ୍ୟାସରୁ ସେମାନେ ବାହାରି ଆସିବେ ।