ରାକ୍ଷୀ ଦୋକାନରେ ରାକ୍ଷୀ ନେବାକୁ ଭଉଣୀ ମନାଙ୍କ ଭିଡ଼
ଭାଇ-ଭଉଣୀଙ୍କ ପବ୍ରିତ ସମ୍ପର୍କକୁ ଅଧିକ ମଜବୁତ କରାଇଥାଏ ରାକ୍ଷୀ । ଭଉଣୀ ହାତରୁ ଭାଇ ରାକ୍ଷୀ ବାନ୍ଧି ଭଉଣୀକୁ ଆଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ଦେଇଥାଏ । ରାକ୍ଷୀ ପୂର୍ଣ୍ଣିମା ପାଇଁ ଏବେ ବଜାରରେ ରାକ୍ଷୀ ଦୋକାନର ପସରା ଖୋଲିବା ଆରମ୍ଭ ହେଲାଣି । କିନ୍ତୁ ବଜାରରେ ମିଳୁଥିବା ରାକ୍ଷୀ ଅପେକ୍ଷା ଏବେ ସଭିଏଁ କଷ୍ଟମାଇଜ ବା ଡ଼ିଜାଇନ ରାକ୍ଷୀ ପିନ୍ଧିବା ପାଇଁ ପସନ୍ଦ କରୁଛନ୍ତି । ଏପରିକି ରାକ୍ଷୀକୁ ନିଜ ପସନ୍ଦ ମୁତାବକ ସଜାଇଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ ମାନଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।
ଚଳିତ ବର୍ଷ କଷ୍ଟମାଇଜ ରାକ୍ଷୀ ଡିମାଣ୍ଡ ବଢ଼ୁଥିବାବେଳେ ଚଳିତବର୍ଷ ରାକ୍ଷୀରେ କଟକ ଚାଉଳିଆଗଞ୍ଜ ଅଞ୍ଚଳର ଇଶ୍ୱର ସାହୁ ଭାଇ-ଭଉଣୀଙ୍କ ଏହି ପବିତ୍ର ଦିନକୁ ସ୍ମରଣୀୟ କରିବା ପାଇଁ ତିଆରି କରୁଛନ୍ତି ଭଳି କି ଭଳି କଷ୍ଟମାଇଜ ରାକ୍ଷୀ । ଈଶ୍ୱର ଚଳିତବର୍ଷ ନୂଆ କରି ତିଆରି କରିଛନ୍ତି ତିନି ପ୍ରକାରର କମ୍ବୋ ରାକ୍ଷୀ କିଟ । ସେଥିମଧ୍ୟରେ ରହିଛି ଶ୍ରୀମଦ ଭଗବତ ଗୀତା କମ୍ବୋ ରାକ୍ଷୀରେ ସାତ ପ୍ରକାର ଜିନିଷ ରହିଛି | ସେଗୁଡ଼ିକ ହେଲା- ଫଟୋ ରାକ୍ଷୀ ଯେଉଁଥିରେ ଏହି କିଟ୍ ଅର୍ଡ଼ର କରିବା ସମୟରେ ଭଉଣୀ ନିଜ ଭାଇ ସହ ଏକ ଫଟୋ ଦେବ ଏବଂ ସେ ଫଟୋକୁ ଲଗାଇ ଏହି ରାକ୍ଷୀ ତିଆରି କରାଯିବ । ଏବଂ ସେଥିରେ ଭଗବତ ଗୀତା ବହି, ଫଟୋ ଚକୋଲେଟ ଯେଉଁଥିରେ ଚକୋଲେଟ ଉପରେ ଭାଇ-ଭଉଣୀର ଫଟୋ ରହିବ,
ସେହିପରି ଅନ୍ୟ କିଡ଼୍ସ କମ୍ବୋ ରାକ୍ଷୀ କିଟ୍ରେ ଛଅ ପ୍ରକାରର ଜିନିଷ ରହିଛି । ସେଥିମଧ୍ୟରେ ଫଟୋ ରାକ୍ଷୀ ଯେଉଁଥିରେ ଭାଇ-ଭଉଣୀର ଫଟୋ ରହିବ, ମେସେଜ କାର୍ଡ଼ ଯେଉଁଥିରେ ଭଉଣୀ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ରହିବ ଓ ସୁରକ୍ଷା ଶୁଭେଚ୍ଛା କାର୍ଡ଼ ଯେଉଁଥିରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ନେଇ ବାର୍ତ୍ତା ରହିବ ଓ ଚାଉଳ-ସିନ୍ଦୂର ରହିବ ।
ଅନ୍ୟ ପଟେ କଟକ ତାରକସି ର ସହର ହୋଇଥିବାରୁ ବିଭିନ୍ନ ରୂପା ତାରକସି ରେ ନିର୍ମିତ ରାଖି ନେବାକୁ ସହର ର ବିଭିନ୍ନ ଗହଣା ଦୋକନ ମାନଙ୍କରେ ମଧ୍ଯ ଭିଡ଼ ଦେଖା ଯାଇଛି, ରୂପା ଓ ସୁନା ରେ ସୁନ୍ଦର୍ ସୁନ୍ଦର୍ ରାକ୍ଷୀ ଭେଟି ଦେଉଛନ୍ତି ସହର ରେ ଥିବା ବିଭିନ୍ନ ଜୁଏଲରି ଦୋକାନ ମାଲିକ ମାନେ
ମିଠା ରୁ ଟିକେ ଏବେ ଦୂର ରେ ରହି ଡ୍ରାଏ ଫ୍ରୁଟ ନେବାକୁ ଗ୍ରାହକ ମାନେ ଟିକେ ଇଛା ବଳେଇଲେଣୀ. ବିଭିନ୍ନ ମିଠା ଦୋକାନ ମାନଙ୍କରେ କାଜୁ, ପିସ୍ତା, ଶୁଖିଲା ମିଠା ,ଚୋକେଲେଟ ଓ ବର୍ଫି ର ଚାହିଦା ଏବେ ବଢ଼ିଛି, ଗ୍ରାହକ ଙ୍କ ପସନ୍ଦ କୁ ଦେଖି ପ୍ରସ୍ତୁତ କରାଯାଉଛି ବିଭିନ୍ନ ଡିଯାଇଁନ ଡ୍ରାଏ ଫ୍ରୁଟ୍ ପ୍ୟାକେଟ