ଉତ୍ତେଜନା ମୂଳକ ପରିସ୍ଥିତି ଘଟିବା ଆଶଙ୍କାରେ ବଢ଼ିଲା ୧୪୪ ଧାରା ଅବଧି

ଉତ୍ତେଜନା ମୂଳକ ପରିସ୍ଥିତି ଘଟିବା ଆଶଙ୍କାରେ ବଢ଼ିଲା ୧୪୪ ଧାରା ଅବଧି

ଭଦ୍ରକ :ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ଫେକର ପରିସର ରେ ୧୪୪ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ମୁମ୍ବାଇରେ ଚିକିତ୍ସାଧୀନ ଥିବା ଜଣେ ଶ୍ରମିକଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ପରେ କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ଘଟିବା ଆଶଙ୍କାରେ ୧୪୪ ଧାରା ବୃଦ୍ଧି କରାଯାଇଛି। ଆସନ୍ତା ୧୯ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ୧୪୪ ଧାରାକୁ ବୃଦ୍ଧି କରାଯାଇଛି।। ପୂର୍ବରୁ ମଧ୍ୟ ସ୍ଥିତିକୁ ନଜରରେ ରଖି ୧୪୪ ଧାରାକୁ ୧୬ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା।

ତେବେ ଆଜିଠାରୁ ଦୁଇ ଦିନ ପାଇଁ ପୁଣିଥରେ ଏହି ଅବଧି ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ଗତ ୧୨ ତାରିଖ ସକାଳ ୬ଟାରୁ ୧୪ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା। ୧୧ ତାରିଖ ଦିନ ବେଦାନ୍ତ ଫେକର କମ୍ପାନିର ଫର୍ନେସରେ ଚାର୍ଜିଂ କାର୍ ଅପରେଟର ଭାବେ କାମ କରୁଥିବା ବରପଦା ଅଞ୍ଚଳର ବିଜୟ ମହାପାତ୍ର ଓ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୂତାର କାମ କରୁଥିବା ସମୟରେ ନିଆଁପୋଡ଼ି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ୧୨ ତାରିଖରେ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ଏୟାରପୋର୍ଟକୁ ନିଆଯାଇ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ରତିକାନ୍ତ ସୂତାରଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରସାରିତ ହେବା ପରେ କୌଣସି ଉତ୍ତେଜନା ପରିସ୍ଥିତି ଘଟିବା ନେଇ ଆଜିଠୁ ୧୯ ତାରିଖ ପର୍ୟ୍ୟନ୍ତ ୧୪୪ ଧାରାକୁ ବୃଦ୍ଧି କରାଯାଇଛି।