ରାଜଧାନୀରେ ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ, ବ୍ଳକିଙ୍ଗ ଜୋରଦାର

ଭୁବନେଶ୍ବର : ଲୋକଙ୍କ ସୁରକ୍ଷା ପାଇଁ ସଜାଗ ହେଲା କମିଶନରେଟ ପୁଲିସ। ଏନେଇ ଡିସିପି ପ୍ରତୀକ ସିଂହ କହିଛନ୍ତି, ରାଜଧାନୀ ଭୁବନେଶ୍ବରରେ ସେଫ ସିଟି ଡ୍ରାଇଭକୁ ବ୍ୟାପକ କରାଯାଇଛି। ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି। ରାଜଧାନୀର ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ ଛକରେ ଚେକିଂ ଚାଲିଛି।
ଏହାଛଡ଼ା ରାମମନ୍ଦିର ଛକ, ଷ୍ଟୁଆର୍ଟ ସ୍କୁଲ ଛକ, ଜାଗମରା ଓ କଳିଙ୍ଗ ଷ୍ଟୁଡିଓ ଛକରେ ମାରାଥନ ଚେକିଂ କରିଛି ପୁଲିସ। ଡିସିପି ଆହୁରି କହିଛନ୍ତି, ରାଜଧାନୀରେ ଥିବା ବାର, ପବରେ ଚଢଉ ପରେ ଛକ ବଜାରରେ ଚେକିଂ କରାଯାଉଛି। ସହରକୁ ଅପରାଧମୁକ୍ତ କରିବା ପାଇଁ ଚାଲିଛି ‘ସେଫ ସିଟି ଡ୍ରାଇଭ’। ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଳକିଙ୍ଗ କୁ ବ୍ୟାପକ କରାଯିବ। ହୋଟେଲରୁ ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି। କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ ଅନୁରୋଧ କରୁଛୁ।