ଏ ବର୍ଷର ଗ୍ରହଚଳନ

ଏ ବର୍ଷର ଗ୍ରହଚଳନ

୨୦୨୪ ମେ’ ପହିଲାରୁ ବୃହସ୍ପତି ମେଷରୁ ବୃଷକୁ ଚଳିବେ  । ଶନି ଏ ବର୍ଷ ସାରା କୁମ୍ଭ ରାଶିରେ, ରାହୁ ମୀନ ରାଶିରେ ଓ କେତୁ କନ୍ୟା ରାଶିରେ ଅବସ୍ଥାନ କରିବେ  । ଏହା ପ୍ରତି ମାସରେ ସଂକ୍ରାନ୍ତି ଦିନ ରବିଙ୍କର ଏବଂ ପ୍ରତି ଦେଢ଼ ମାସ ବା ଦୁଇ ମାସରେ ବୁଧ, ଶୁକ୍ର ଓ ମଙ୍ଗଳଙ୍କର ଚଳନ ହେବ  । ଗୋଚର ବିଚାର ଅନୁଯାୟୀ, ଏ ବର୍ଷ ବୃହସ୍ପତି ୨୦୨୪ ମେ’ ପହିଲା ପର୍ୟ୍ୟନ୍ତ ମୀନ, ଧନୁ, ତୁଳା, ସିଂହ ଓ ମିଥୁନ ରାଶିକୁ ଏବଂ ତା’ପରେ ବର୍ଷ ଶେଷ ପର୍ୟ୍ୟନ୍ତ ମେଷ, ମକର, ବିଛା, କନ୍ୟା ଓ କର୍କଟ ରାଶିକୁ ଶୁଭଫଳ ଦେବେ  । ସେହିପରି ଶନି ବର୍ଷ ସାରା ଧନୁ, କନ୍ୟା, ବୃଷ ଓ ମେଷ ରାଶିକୁ ଶୁଭଫଳ ଦେବେ  । ରାହୁ ବର୍ଷ ସାରା ମକର, ତୁଳା, ବୃଷ ରାଶିକୁ ଓ କେତୁ ବର୍ଷ ସାରା କର୍କଟ, ମେଷ ଓ ବିଛା ରାଶିକୁ ଶୁଭଫଳ ଦେବେ  ।