ସେପ୍ଟେମ୍ବର ଶେଷରେ ବର୍ଷା, ପୁଣି ଭିଜିବ ଓଡ଼ିଶା

ସେପ୍ଟେମ୍ବର ଶେଷରେ ବର୍ଷା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ସେପ୍ଟେମ୍ବର ଶେଷରେ ବର୍ଷା, ପୁଣି ଭିଜିବ ଓଡ଼ିଶା । ୨୯ ତାରିଖରେ ଅଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ବୋଲି ପୁର୍ବାନୁମାନ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବା ସମ୍ଭାବନା ଅଛି ।

ମାତ୍ର ସମ୍ଭାବ୍ୟ ଲଘୁଚାପ କେତେ ଘନୀଭୂତ ହେବ ? ଅବପାତ, ଗଭୀର ଅବପାତ ନା ବାତ୍ୟାରେ ପରିଣତ ହେବ ? ଯଦି ଏହା ଅଧିକ ଘନୀଭୂତ ହେବ, କେଉଁଆଡ଼େ ଗତି କରିବ ? ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ । କେତେକ ଆନ୍ତର୍ଜାତିକ ମଡେଲ୍‌ ଏହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।  ଏକ ମଡେଲ୍‌ ଅନୁସାରେ ସମ୍ଭାବ୍ୟ ଲଘୁଚାପ ମିଆଁମାର ଆଡ଼କୁ ଯାଇପାରେ । ଆଉ ଏକ ଆକଳନ ହେଲା, ଏହାର ଗତି ଆନ୍ଧ୍ର-ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଆଡ଼କୁ ରହିପାରେ । ମାତ୍ର କୌଣସି ନିର୍ଦ୍ଦିଷ୍ଟ ଗତିପଥ ନେଇ ସ୍ପଷ୍ଟତା ଆସିନାହିଁ ।   ଏପରିକି ଏକ ମଡେଲ ଅନୁସାରେ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା ମଧ୍ୟ କମ୍‌ ।