ଆଜି ଛତିଶା ନିଯୋଗ ବୈଠକ
ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ଏଥିରେ ରୁକ୍ମିଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ୟ୍ୟନ୍ତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହେବ । କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ ।
ବୈଠକରେ ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଥିବାବେଳେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶ କିଭଳି ଶୃଙ୍ଖଳିତ କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରାଯିବ । ଏଥିସହ ଅନବସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ସମନ୍ବୟ ଭିତ୍ତିରେ କାର୍ୟ୍ୟ କରିବାକୁ ଆଲୋଚନା କରାଯିବ ।
ଏଥି ସହିତ ବୈଠକରେ ଚଳିତବର୍ଷର ରାଜେନ୍ଦ୍ରାଭିଷେକ ନୀତିଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ନୀତିକାନ୍ତି ନିର୍ଘଣ୍ଟ ହେବ। ଚଳିତବର୍ଷର ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ବ୍ୟବସ୍ଥାବଳୀ ଅନୁମୋଦନ ହେବ। ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ। ଏ ନେଇ ସମସ୍ତ ନି ଯୋଗର ସଭାପତି, ସଂପାଦକଙ୍କ ସହ ବରିଷ୍ଠ ସେବାୟତଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି।




admin 