ପୁଣି ଓଡ଼ିଶା ମାଟିରେ ପାଦଦେବେ ମହାମହିମ

ପୁଣି ଓଡ଼ିଶା ମାଟିରେ ପାଦଦେବେ ମହାମହିମ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମେ’୯ ତାରିଖରେ ରାଷ୍ଟ୍ରପତି ବାରିପଦା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ସୂଚନା ପ୍ରଦାନ କରାଯାଇଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କାର୍ୟ୍ୟକ୍ରମରେ ଦୌପଦୀ ମୁର୍ମୁ ଯୋଗଦେବେ ।

ବିଶ୍ବ ବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅଭିଭାଷଣ ରଖିବେ । ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଫେବ୍ରୁଆରୀ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଫେବ୍ରୁଆରୀ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ସେହିପରି ଫେବ୍ରୁଆରୀ ୧୧ ତାରିଖରେ କଟକର ବିଦ୍ୟାଧରପୁରସ୍ଥିତ ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେଇଥିଲେ।