ଚାକିରିରୁ ବିଦା ହେଲେ ପ୍ରଶାନ୍ତ ରାଉତ
ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ। ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଆୟ ବହିର୍ଭୂତ ସଂପତ୍ତି ଠାବ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ନଗଦ ୩ କୋଟି ଟଙ୍କା ସହ ୭ କୋଟିରୁ ଅଧିକ ସ୍ଥାବର ଅସ୍ଥାବ ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ଟିମ୍।
ଶୁକ୍ରବାର ତାଙ୍କ ଘର, ଅଫିସ୍, ପୈତୃକ ଘର ସହ ମୋଟ୍ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର କାନନ ବିହାର ଓ ନବରଙ୍ଗପୁର ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ମିଳିଛି । ସେ ସବୁ ଟଙ୍କାକୁ ପ୍ରଶାନ୍ତ ପେଟି ଓ ବହି ଥାକରେ ଲୁଚାଇ ରଖିଥିଲେ । ଭିଜିଲାନ୍ସ ଟିମ୍କୁ ଦେଖି ଗୋଟିଏ ଟଙ୍କା ପେଟି ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ । ପେଟିରେ ବଣ୍ଡଲ୍ ଦୁଇଟି ପେଟିରୁ ଜବତ ହୋଇଥିଲା। ୭୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା । ଏଥସହ ସରକାରୀ ବାସଭବନ ଆଲମିରାରୁ ମିଳିଛି ନଗଦ ୧୨ଲକ୍ଷ ୪୮ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା।




admin 