ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଇଣ୍ଡୋନେସିଆ ଗସ୍ତ କରିବେ । ୨୦ତମ ଏସିଆନ ସମ୍ମିଳନୀରେ ଯୋଗ ଦେବାକୁ ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଇଣ୍ଡୋନେସିଆ ଅଭିମୁଖେ ବାହାରିବେ । ଆସନ୍ତାକାଲି (ଗୁରୁବାର) ଇଣ୍ଡୋନେସିଆରୁ ଦିଲ୍ଲୀକୁ ଫେରିବେ । ତେବେ ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଏହି ୨୪ ଘଣ୍ଟିଆ ଇଣ୍ଡୋନେସିଆ ଗସ୍ତରେ କିଛି ବିଶେଷତ୍ବ ଥିବା ନେଇ ଚର୍ଚ୍ଚା ହେଉଛି ।ଆସନ୍ତାକାଲି ଇଣ୍ଡୋନେସିଆରେ ଦୁଇଟି ଉଚ୍ଚସ୍ତରୀୟ ସମ୍ମିଳନୀରେ ସାମିଲ ହେବେ । ୨୦ତମ ଏସିଆନ-ଇଣ୍ଡିଆ ସମ୍ମିଳନୀ ଓ ୧୮ତମ ଇଷ୍ଟ ଏସିଆ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏସିଆନ ସମ୍ମିଳନୀରେ ଆୟୋଜର ରାଷ୍ଟ୍ର ହୋଇଛି ଇଣ୍ଡୋନେସିଆ । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଭିତରେ ଏହି ଦୁଇଟି ସମ୍ମିଳନୀ ସାରିବାକୁ ଇଣ୍ଡୋନେସିଆ ସମସ୍ତ ପ୍ରସ୍ତୁତି ଶେଷ କରିଛି ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ଭାରତ ଓ ଏସିଆନ ମଧ୍ୟରେ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରାଯିବ । ଭବିଷ୍ୟତ ନେଇ ପ୍ଲାନ ପ୍ରସ୍ତୁତ ହେବ । ପୂର୍ବ ଏସିଆ ସମ୍ମିଳନୀ ଏସିଆନ ଦେଶ ଭାରତ ସମେତ ତାର ୮ ରାଷ୍ଟ୍ର ପ୍ରତିପକ୍ଷଙ୍କୁ ବିଭିନ୍ନ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସୁଯୋଗ ପ୍ରଦାନ କରିବ । ଅଗଷ୍ଟରେ ଇଣ୍ଡୋନେସିଆରେ ଏସିଆନ- ଭାରତ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏସିଆନ- ଇଣ୍ଡିଆ ଏଆଇଟିଆଇଜିଏର ସମୀକ୍ଷା କରିବା ଯାହା ୨୦୦୯ରେ ସ୍ବାକ୍ଷରିତ ହୋଇଥିଲା ।